ETV Bharat / sitara

ଖିଲାଡି@52, ଫ୍ୟାନ୍ସଙ୍କୁ ଦେଲେ ସରପ୍ରାଇଜ

ସେଲିବ୍ରେଶନ ମୁଡରେ ଖିଲାଡି କୁମାରଙ୍କ ଫ୍ୟାନ୍ସ । 52 ବର୍ଷରେ ପଦାର୍ପଣ କଲେ ଅକ୍ଷୟ । ଘୋଷଣା କଲେ ନିଜର ଆଗାମୀ ବିଗ ବଜେଟ ଫିଲ୍ମ ।

author img

By

Published : Sep 9, 2019, 6:02 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର

ମୁମ୍ବାଇ: ହିନ୍ଦୀ ସିନେମାର ସୁପରଷ୍ଟାର ଅକ୍ଷୟ କୁମାର ଆଜି ନିଜର 52ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଓ ଶୁଭକାମନା ଦେବାରେ ଲାଗିପଡିଛନ୍ତି ଫ୍ୟାନ୍ସ । ନିଜ ଦମଦାର ଅଭିନୟ ଜରିଆରେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନ ସବୁବେଳେ ଜିଣୁଥିବା ଅକ୍ଷୟ ମଧ୍ୟ ଜନ୍ମଦିନରେ ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେଇଛନ୍ତି । ଯାହାକୁ ନେଇ ଫ୍ୟାନ୍ସଙ୍କ ଉତ୍ସାହ ବଢିଯାଇଛି ।

tweet
ଫଟୋସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ସେ ନିଜର ବିଗ ବଜେଟ ଫିଲ୍ମ ‘ପୃଥ୍ବୀରାଜ’ ର ଘୋଷଣା ଆଜି କରିଛନ୍ତି। ଏହି ଫିଲ୍ମଟି ସାହାସୀ ରାଜା ଏବଂ ଯୋଦ୍ଧା ପୃଥ୍ବୀରାଜ ଚୌହାନଙ୍କ ବାୟୋପିକ ଫିଲ୍ମ । ପ୍ରଥମଥର ଅକ୍ଷୟ ଏପରି ଐତିହାସିକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି। ଯାହାକୁ ନିର୍ମାଣ କରିବ ୟଶ ରାଜ ଫିଲ୍ମସ ।

ସେ ‘ପୃଥ୍ବୀରାଜ’ର ଏକ ଟିଜର ଭିଡିଓ ଟ୍ବିଟରରେ ସେୟାର କରି ଲେଖିଛନ୍ତି, ‘ଜନ୍ମଦିନରେ ମୋର ପ୍ରଥମ ଐତିହାସିକ ଫିଲ୍ମ ବିଷୟରେ ସେୟାର କରିବାକୁ ପ୍ରସ୍ତୁତ । ଜଣେ ଯୋଦ୍ଧାଙ୍କ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ମିଳିଛି । ଯାହାଙ୍କୁ ମୁଁ ତାଙ୍କ ବିରତ୍ବ ଏବଂ ମୂଲ୍ୟ ପାଇଁ ଦେଖୁଛି । ସମ୍ରାଟ ପୃଥ୍ବୀରାଜ ଚୌହାନ ମୋର ସବୁଠାରୁ ବଡ ଫିଲ୍ମ ମଧ୍ୟରୁ ଅନ୍ୟତମ । ’

ଭିଡିଓ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ପ୍ରକାଶ ଥାଉକି ପିରିୟଡ ଡ୍ରାମା ଫିଲ୍ମ ‘ପୃଥ୍ବୀରାଜ’କୁ ଆସନ୍ତା ବର୍ଷ ଦୀପାବଳିରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ଡକ୍ଟର. ଚନ୍ଦ୍ରପ୍ରକାଶ ଦ୍ବିବେଦୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.