ETV Bharat / sitara

ୟୁକେରେ ସୁଟିଂ ହେବ ଅକ୍ଷୟଙ୍କ ଫିଲ୍ମ ‘ବେଲ ବଟମ’

ସାମ୍ନାକୁ ଆସିଲା ବହୁ ପ୍ରତିକ୍ଷିତ ଫିଲ୍ମ ‘ବେଲ ବଟନ’ର ସୁଟିଂ ଖବର । ଖୁବଶୀଘ୍ର ଆରମ୍ଭ ହେବ ଏହାର ସୁଟିଂ । ହେଲେ ଭାରତରେ ନୁହେଁ ବିଦେଶରେ ହେବ ଫିଲ୍ମର ସୁଟିଂ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅକ୍ଷୟ କୁମାର
author img

By

Published : Jul 6, 2020, 5:06 PM IST

ମୁମ୍ବାଇ: ଘୋଷଣା ହେବା ପରେ ଖିଲାଡି ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ବେଲ ବଟମ’କୁ ନେଇ ଚର୍ଚ୍ଚା । ଖୁବଶୀଘ୍ର ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଯାଉଛି । ଭାରତରେ କୋରୋନା ଭାଇରସ ବଢୁଥିବା ପ୍ରକୋପ ଦେଖି ଫିଲ୍ମ ପୁରା ଟିମ ପାଇଁ ୟୁନାଇଟେଡ କିଙ୍ଗଡମଯ(ୟୁପେ) ସୁଟିଂ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଅଗଷ୍ଟ ମାସରୁ ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ଆରମ୍ଭ ହେବ । ମେକର୍ସ ସୁଟିଂ ପାଇଁ ଏମିତି ସ୍ଥାନ ଚୟନ କରିବାକୁ ଚାହୁଁଛନ୍ତି, ଯେଉଁଠାରେ କୋରୋନା ପ୍ରକୋପ କମ ଥିବ ।

ପୂର୍ବରୁ ନିର୍ମାତା ଫିଲ୍ମର ସୁଟିଂ ମୁମ୍ବାଇରେ କରିବାର ଯୋଜନା କରିଥିଲେ । କାରଣ ଏହା ଏକ ପିରିୟଡ ଡ୍ରାମା ଫିଲ୍ମ । ତେଣୁ ଭାରତରେ ଫିଲ୍ମର ସୁଟିଂ କରିବାକୁ ଚାହୁଁଥିଲେ ମେକର୍ସ । ହେଲେ ଗତ ମାର୍ଚ୍ଚରୁ କୋରୋନା ଭାଇରସ ପାଇଁ ଲକଡାଉନ ଦେଶରେ ଚାଲିଥିଲା । ହେଲେ କିଛି ଲକଡାଉନରେ କୋହଳ ମିଳିବା ପରେ ଫିଲ୍ମର ସୁଟିଂ ଟିଭି ଧାରାବାହିକ ସୁଟିଂ ପାଇ ସରକାର ଅନୁମତି ଦେଇଛନ୍ତି ।

ପ୍ରକାଶ ଥାଉକି ‘ବେଲ ବଟମ’ରେ ଅକ୍ଷୟଙ୍କ ବ୍ୟତୀତ ବାଣୀ କପୁର, ହୁମା କୁରୈଶୀ ଓ ଲାରା ଦତ୍ତ ଭଳି ଅଭିନେତ୍ରୀ ନଜର ଆସିବେ । ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇବେ ରଞ୍ଜୀତ ଏମ ତିୱାରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.