ମୁମ୍ବାଇ: ପ୍ରଯୋଜକ ସାଜିଦ ନାଦିଆଦୱାଲାଙ୍କ ଆଗାମୀ ଆକ୍ସନ, କମେଡି ଫିଲ୍ମ ‘ବଚ୍ଚନ ପାଣ୍ଡେ’କୁ ନେଇ ଦର୍ଶକ ଏକ୍ସାଇଟେଡ । ଫିଲ୍ମରେ ଖିଲାଡି ଅକ୍ଷୟଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳିବ । ଆଉ ତାଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ ସୁନ୍ଦରୀ ଅଭିନେତ୍ରୀ କିର୍ତ୍ତୀ ସାନନ, ଜ୍ୟାକଲିନ ଫର୍ଣ୍ଣାଡେଜ । ସେହିପରି ନିକଟରେ ଫିଲ୍ମରେ ସାମିଲ ହୋଇଥିଲେ ବି-ଟାଉନର ସର୍କିଟ ଅର୍ଶଦ ୱାରସୀ । ପ୍ରଥମଥର ଅକ୍ଷୟଙ୍କ ସହ କାମ କରିବାକୁ ନେଇ ଉତ୍ସାହିତ ଅଛନ୍ତି ଅର୍ଶଦ ।
ନୂଆ ବର୍ଷ ସାଜିଦଙ୍କ ପାଇଁ ଭଲ ସାବ୍ୟସ୍ତ ହୋଇଛି । କାରଣ ସେ ପୁରା ଟିମ ସହ ଫିଲ୍ମ ସୁଟିଂ ପାଇଁ ବାହାରି ପଡିଛନ୍ତି । ଜୈସଲମେରରେ ଫିଲ୍ମର ସୁଟିଂ ଆସନ୍ତା 6 ତାରିଖରୁ ଆରମ୍ଭ ହେବ । ଏହାପୂର୍ବରୁ ଜୈସଲମେରର ପହଞ୍ଚିସାରିଛନ୍ତି ଷ୍ଟାର-କାଷ୍ଟ ।
- " class="align-text-top noRightClick twitterSection" data="
">
ଯାହାର ଫଟୋ ସାଜିଦଙ୍କ ପ୍ରଡକ୍ସନ ହାଉସ ଦ୍ବାରା ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଯେଉଁଥିରେ ‘ବଚ୍ଚନ ପାଣ୍ଡେ’ର ପୁରା ଟିମ ନଜର ଆସୁଛନ୍ତି । ଏହାସହ ଫଟୋରେ ପ୍ରତୀକ ବବ୍ବର ମଧ୍ୟ ଦେଖାଯାଉଛନ୍ତି । ହେଲେ ଫଟୋରେ କିନ୍ତୁ ଅକ୍ଷୟ ନଜର ଆସୁନାହାଁନ୍ତି । ହୁଏତଃ ସେ ପଛରେ ସୁଟିଂରେ ଯୋଗ ଦେବାର ଯୋଜନା କରିଛନ୍ତି । ସେହିପରି ଏହାର କ୍ୟାପସନରେ ଲେଖାଯାଇଛି, ‘ନୂଆ ବର୍ଷରେ ନୂଆ ଆରମ୍ଭ ।’
ପ୍ରକାଶ ଥାଉକି ନିକଟରେ ଅକ୍ଷୟ ଫିଲ୍ମ ପାଇଁ ନିଜ ଫିସ୍ 100 କୋଟିରୁ ବଢାଇ 135 କୋଟି କରିଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହିପରି ଯଦି ସାଜିଦଙ୍କ କଥା ହେବା ସେ, ବଚ୍ଚନ ପାଣ୍ଡେ ବ୍ୟତୀତ ‘83’, ‘କିକ୍ 2’ ଓ ‘ତଡପ’ ଫିଲ୍ମ ନେଇ ପରଦାକୁ ଫେରିବେ ।