ମୁମ୍ବାଇ: ଅକ୍ଷୟ କୁମାରଙ୍କ ମଲ୍ଟି ଷ୍ଟାରର କମେଡି ଫିଲ୍ମ ‘ଗୁଡନ୍ୟୁଜ’ ରିଲିଜ ହେବାକୁ ପ୍ରସ୍ତୁତ । ପୂର୍ବରୁ ଫିଲ୍ମର ଟ୍ରେଲର ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଥିଲା । ଆଉ ଏବେ ମେକର୍ସ ଫିଲ୍ମର ଦ୍ବିତୀୟ ଟ୍ରେଲର ରିଲିଜ କରି ପୁଣି ଦର୍ଶକଙ୍କୁ ହସାଇ ହସାଇ ବେହାଲ କରିଛନ୍ତି । ଏହି ଦମଦାର କମେଡି ଟ୍ରେଲର ଖୁବ୍ ମଜଦାର ହୋଇଛି । ଯାହା ଦର୍ଶକଙ୍କ ମନ ମଧ୍ୟ କିଣିଛି ।
ଗୁଡନ୍ୟୁଜରେ ଅକ୍ଷୟଙ୍କ ବ୍ୟତୀତ କରୀନା କପୁର ଖାନ, ଦିଲଜିତ ଦୋସାଞ୍ଝ ଓ କିୟାରା ଆଡଭାନୀ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଥମ ଟ୍ରେଲର ଅପେକ୍ଷା ଦ୍ବିତୀୟ ଟ୍ରେଲରରେ ଖୁବ୍ ମଜାମସ୍ତି ଦେଖିବାକୁ ମିଳୁଛି । ମଜାଦାର ଡାଇଲଗ ସହ ଷ୍ଟାରକାଷ୍ଟଙ୍କ ଦମଦାର କମେଡି ଫିଲ୍ମ ଟ୍ରେଲରକୁ ଆହୁରି ଆକର୍ଷଣୀୟ କରୁଛି । ଆପଣ ମଧ୍ୟ ଦେଖନ୍ତୁ କମେଡିଭରା ଏହି ଟ୍ରେଲର...
- " class="align-text-top noRightClick twitterSection" data="">
ଲୋକପ୍ରିୟ ନିର୍ମାତା କରନ ଜୋହରଙ୍କ ଧର୍ମା ପ୍ରଡକ୍ସନରେ ନିର୍ମାଣ ହୋଇଛି ‘ଗୁଡନ୍ୟୁଜ’ । ସେହିପରି ରାଜ ମେହତା ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି । ଯିଏ ଏହି ଫିଲ୍ମ ଜରିଆରେ ନିର୍ଦ୍ଦେଶନାରେ ପଦାର୍ପଣ କରିବାକୁ ଯାଉଛନ୍ତି । ହୀରୁ ଜୋହର, ଅପୁଣା ଭାଟିୟା, କରନ, ଅପୂର୍ବା ମେହତା ଓ ଶଶାଙ୍କ ଖେତାନ ମିଶି ଫିଲ୍ମର ପ୍ରଯୋଜନା କରିଛନ୍ତି । ଏମାସ 27 ତାରିଖରେ ରିଲିଜ ହେବାକୁ ଯାଉଛି ଏହି ଫିଲ୍ମ ।