ନୂଆଦିଲ୍ଲୀ: ନେଟଫ୍ଲିକ୍ସରେ ବଲିଉଡ ଅଭିନେତା ଅନିଲ କପୁରଙ୍କୁ ନେଇ ଆସୁଥିବା ଚଳଚ୍ଚିତ୍ର ଏକେ ବନାମ ଏକେ (AKvsAK)କୁ ନେଇ ସୃଷ୍ଟି ହୋଇଛି ବଡ ବିବାଦ । ଚଳଚ୍ଚିତ୍ରରେ ଭାରତୀୟ ବାୟୁସେନା ୟୁନିଫର୍ମକୁ ଭୁଲ ରୂପେ ଦର୍ଶାଯାଇଛି । ଏନେଇ ନେଟଫ୍ଲିକ୍ସକୁ ରିପୋର୍ଟ ତଲବ କରିଥିଲା ଭାରତୀୟ ବାୟୁସେନା ।
ବାୟୁସେନା ଆପତ୍ତି ଉଠାଇବା ପରେ ଏବେ ଅନିଲ କ୍ଷମା ମାଗିଛନ୍ତି ।
-
@IAF_MCC pic.twitter.com/rGjZcD9bCT
— Anil Kapoor (@AnilKapoor) December 9, 2020 " class="align-text-top noRightClick twitterSection" data="
">@IAF_MCC pic.twitter.com/rGjZcD9bCT
— Anil Kapoor (@AnilKapoor) December 9, 2020@IAF_MCC pic.twitter.com/rGjZcD9bCT
— Anil Kapoor (@AnilKapoor) December 9, 2020
ଅନିଲ ଟ୍ବିଟରରେ ଏକ ଭିଡିଓ ଜାରି କରି କହିଛନ୍ତି ଯେ, "ମୁଁ ଜାଣିବାକୁ ପାଇଛି ଯେ ମୋର ଚଳଚ୍ଚିତ୍ର 'AK vs AK' ର ଟ୍ରେଲରକୁ ନେଇ କିଛି ଲୋକ ରାଗିଛନ୍ତି କାରଣ ମୁଁ ଭାରତୀୟ ବାୟୁସେନାର ୟୁନିଫର୍ମ ପିନ୍ଧିବା ସମୟରେ ଅପଶବ୍ଦର ବ୍ୟବହାର କରିଥିଲି । ଅଜାଣତରେ ଭାବନାକୁ ଆଘାତ ଦେଇଛି । ଏଥିପାଇଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି । ବାୟୁସେନାକୁ ଅସମ୍ମାନ କରିବାର ମୋର କିମ୍ବା ଚଳଚ୍ଚିତ୍ର ନିର୍ମାତାଙ୍କ କୌଣସି ଉଦ୍ଦେଶ୍ୟ ନାହିଁ । ଏଥିସହିତ ମୋର ସମସ୍ତ ପ୍ରତିରକ୍ଷା କର୍ମଚାରୀଙ୍କ ନିଃସ୍ବାର୍ଥପର ସେବା ପାଇଁ ମୋର ସର୍ବଦା ସମ୍ମାନ ଏବଂ କୃତଜ୍ଞତା ରହିଛି ।