ETV Bharat / sitara

ରାମସେ ବ୍ରଦର୍ସଙ୍କ ବାୟୋପିକ ନିର୍ମାଣ କରିବେ ସିଂଘମ

ବଲିଉଡରେ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ହରର ଫିଲ୍ମର ଜନକ ରାମସେ ବ୍ରଦର୍ସଙ୍କ ବାୟୋପିକ। ଯାହାର ପ୍ରଯୋଜନା ଦାୟିତ୍ବ ତୁଲାଇବେ ଲୋକପ୍ରିୟ ଅଭିନେତା ଅଜୟ ଦେବଗନ। ରାମସେ ପରିବାରରୁ ତାଙ୍କୁ ମିଳିସାରିଛି ବାୟୋପିକ ରାଇଟ୍ସ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ
author img

By

Published : Nov 8, 2019, 1:54 PM IST

ମୁମ୍ବାଇ: ଭାରତୀୟ ସିନେମା ଜଗତରେ 70 ଏବଂ 80 ଦଶକରେ କମ ବଜେଟର ହରର ଫିଲ୍ମର ସାମ୍ରାଜ୍ୟ ସୃଷ୍ଟି କରିଥିବା ରାମସେ ବ୍ରଦର୍ସଙ୍କ ଜୀବନର ବାସ୍ତବ କାହାଣୀ ପରଦାରେ ଦେଖିବାକୁ ପାଇବେ ଦର୍ଶକ। ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ଏହି ସାତ ଭାଇଙ୍କ ବାୟୋପିକ । ଏହାର ନିର୍ମାତା ରୂପେ କାମ କରିବେ ବି-ଟାଉନର ସିଂଘମ ଅଜୟ ଦେବଗନ । ସେ ‘ଦ ରାମସେ ବାୟୋପିକ’ ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇବେ । ଏହାର ଘୋଷଣା ସେ ଟ୍ବିଟରରେ କରିଛନ୍ତି । ଅଜୟଙ୍କ ବ୍ୟତୀତ ନିର୍ମାତା ପ୍ରୀତି ସିହ୍ନା ମଧ୍ୟ ଏହି ବାୟୋପିର ପ୍ରଯୋଜନା କରିବେ।

ବାୟୋପିକ ନିର୍ମାଣ ଅବସରରେ ପ୍ରୀତି କହିଛନ୍ତି ଯେ ତାଙ୍କ ପରିବାରରୁ ରାମସେ ବ୍ରଦର୍ସଙ୍କ ବାୟୋପିକ ପାଇଁ ରାଇଟ୍ସ ମିଳିସାରିଛି । ଆମେ ରାମସେର ତିନି ପିଢିଙ୍କ କାହାଣୀ ପରଦାରେ ଦେଖାଇବାକୁ ନେଇ ଖୁବ୍ ଉତ୍ସାହିତ । ପ୍ରକାଶ ଥାଉକି ବଲିଉଡରେ ଅନେକ ହରର ଫିଲ୍ମ ନିର୍ମାଣ କରି ଦର୍ଶକଙ୍କୁ ଖୁବ୍ ଡରାଇଥିଲେ ରାମସେ ବ୍ରଦର୍ସ । ବଲିଉଡରେ ପାଖାପାଖି 30ଟି ହରର ଫିଲ୍ମ ନିର୍ମାଣ କରିଥିଲେ ଏହି ସାତ ଭାଇ।

ଏହି କ୍ରମରେ ‘ପୁରାନୀ ହାଭେଲୀ’, ‘ଦୋ ଗଜ ଜମିନ କେ ନିଚେ’, ‘ବୀରାନା’ ଏବଂ ‘ବନ୍ଦ ଦରୱାଜା’ ଭଳି ଫିଲ୍ମକୁ ଆଜି ମଧ୍ୟ ଦେଖିଲେ ଥରି ଉଠନ୍ତି ଦର୍ଶକ । ହରର ଏବଂ ଦମଦାର କାହାଣୀ ପାଇଁ ଆଜି ମଧ୍ୟ ଲୋକପ୍ରିୟ ଏହି ଫିଲ୍ମ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.