ETV Bharat / sitara

ସିଂଘମ ସାଜିବେ ଫୁଟବଲ କୋଚ, ଆସିଲା ‘ମଇଦାନ’ର ଫାଷ୍ଟ ଲୁକ ପୋଷ୍ଟ - ଦେ ଦେ ପ୍ୟାର ଦେ

ଆଜିକାଲି ନିଜର ଆଗାମୀ ଫିଲ୍ମ ‘ମଇଦାନ’ ସୁଟିଂରେ ବ୍ୟସ୍ତ ଅଜୟ ଦେବଗନ । ରବିବାର ରିଲିଜ ହୋଇଯାଇଛି ଏହି ଫିଲ୍ମର ଫାଷ୍ଟ ଲୁକ ପୋଷ୍ଟର ।

ଫଟୋ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ
author img

By

Published : Aug 19, 2019, 7:19 PM IST

ମୁମ୍ବାଇ: ବି-ଟାଉନର ସିଂଘମ ଅଜୟ ଦେବଗନ ଶେଷଥର କମେଡି ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦେ ଦେ ପ୍ୟାର ଦେ’ରେ ନଜର ଆସିଥିଲେ । ଆଉ ଦର୍ଶକଙ୍କ ମନ କିଣିବାରେ ମଧ୍ୟ ସଫଳ ହୋଇଥିଲେ । ଏବେ ସେ ପୁଣି ପ୍ରସ୍ତୁତ ହୋଇଗଲେଣି ପରଦାକୁ ଫେରିବା ପାଇଁ । ଆଉ ଖୁବଶୀଘ୍ର ସେ ନିଜର ଆଗାମୀ ଫିଲ୍ମ ‘ମଇଦାନ: କିକ୍ସ ଅଫ ଟୁଡେ’ ନେଇ ଦର୍ଶକଙ୍କ ସାମ୍ନାକୁ ଆସିବେ ।

video
ଫଟୋ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ

ଇତିମମଧ୍ୟରେ ‘ମଇଦାନ’ର ଫାଷ୍ଟ ଲୁକ ପୋଷ୍ଟର ଜାରି ହୋଇଯାଇଛି । ଯାହାକୁ ଟ୍ବିଟରରେ ପୋଷ୍ଟ କରିଛନ୍ତି ଅଜୟ । ପୋଷ୍ଟରେ ଏକ ଗ୍ଲୋବ ରଖାଯାଇଥିବାର ଦେଖାଯାଉଛି ଆଉ ତାହା ଫୁଟବଲ ଭଳି ନଜର ଆସୁଛନ୍ତି । ପୋଷ୍ଟରରେ ଲେଖାଯାଇଛି ‘ଦ ଗୋଲ୍ଡେନ ଏରା ଅଫ ଇଣ୍ଡିଆନ ଫୁଟବଲ 1952-1962’ ।

ନିର୍ଦ୍ଦେଶ ଅମିତ ଶର୍ମାଙ୍କ ଦ୍ବାରା ନିର୍ଦ୍ଦେଶିତ ‘ମଇଦାନ’ ଫିଲ୍ମରେ ଦର୍ଶକ 1952-1962 ଭାରତୀୟ ଫୁଟବଲ ଖେଳ ଦେଖିବାକୁ ପାଇବେ । ଫିଲ୍ମରେ ଅଜୟ ଭାରତୀୟ ଫୁଟବଲ ଟିମର କୋଚ ଏବଂ ମ୍ୟାନେଜର ସୈଦ ଅବଦ୍ଦୁଲ ରହିମ ଭୂମିକାରେ ଅଭିନୟ କରୁଥିବାର ଦେଖାଯିବେ । ଯିଏ ଭାରତୀୟ ଫୁଟବଲ ଖେଳରେ ସୁବର୍ଣ୍ଣ ଯୁଗ ଆଣିଥିଲେ ।

ଜଣେ କୋଚ ରୂପେ ତାଙ୍କ କାର୍ଯ୍ୟକାଳ ଭାରତ ଫୁଲଟବଲରେ ସୁବର୍ଣ୍ଣ ଯୁଗ ଆଣିବା ପାଇଁ ସେ ଫେମସ । କାରଣ ସେ 1956ରେ ମେଲବର୍ଣ୍ଣ ଅଲମ୍ପିକ ଫୁଟବଲ ଟୁର୍ଣ୍ଣମେଟର ସେମିଫାଇନାଲରେ ଟିମର ନେତୃତ୍ବ ନେଇଥିଲେ । ଆଉ ଭାରତ ଏହି ସ୍ଥାନ ହାଲିସ କରିବାରେ ପ୍ରଥମ ଏସିଆ ଦେଶ ରୂପେ ସାବ୍ୟସ୍ତ ହୋଇଥିଲା । ଅଜୟଙ୍କ ସହ ଫିଲ୍ମରେ ନ୍ୟାସନାଲ ଆୱାର୍ଡ ୱିନର କ୍ରିତି ସୁରେଶ ମଧ୍ୟ ନଜର ଆସିବେ ।

ପ୍ରକାଶ ଥାଉକି ଫିଲ୍ମର ପ୍ରଯୋଜନା କରୁଛନ୍ତି ଲୋକପ୍ରିୟ ନିର୍ମାତା ବୋନି କପୁର, ଅକ୍ଷୟ ଚାୱଲା ଓ ଅରୁନାଭା ଜୟ ସେନଗୁପ୍ତା । ‘ମଇଦାନ’ ଫିଲ୍ମଟି ଆସନ୍ତା ବର୍ଷ ରିଲିଜ କରିବାର ଯୋଜନା କରୁଛନ୍ତି ମେକର୍ସ ।

Intro:Body:

sb

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.