ETV Bharat / sitara

ପତ୍ନୀ-ଗର୍ଲଫ୍ରେଣ୍ଡଙ୍କ ସହ ଫ୍ଲର୍ଟ କରୁଛନ୍ତି ସିଂଘମ

'ଦେ ଦେ ପ୍ୟାର ଦେ'ର ପଞ୍ଚମ ଗୀତ 'ମୁଖଡା ଭେଖ' ରିଲିଜ ହୋଇଯାଇଛି । ଗୀତର ଭିଡିଓରେ ଅଜୟ ଦେବଗନଙ୍କ ଗଜବ ଷ୍ଟାଇଲ ଦେଖିବାକୁ ମିଳିଛି । ଏହାସହ ତାଙ୍କ ପତ୍ନୀ ତବ୍ବୁ ଓ ଗର୍ଲଫ୍ରେଣ୍ଡ ରକୁଲ ପ୍ରୀତ ସିଂହ ଏକାଠି ନଜର ଆସୁଛନ୍ତି ।

author img

By

Published : May 10, 2019, 7:18 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅଜୟ ଦେବଗନ

ନୂଆଦିଲ୍ଲୀ: ସିଂଘମ ଅଜୟ ଦେବଗନ ପୁଣି ନିଜ ଦମଦାର ଷ୍ଟାଇଲରେ ବକ୍ସ ଅଫିସରେ କବଜା କରିବାକୁ ପ୍ରସ୍ତୁତ ହୋଇସାରିଲେଣି । ଏବେ ତାଙ୍କ ଫିଲ୍ମ 'ଦେ ଦେ ଫ୍ୟାର ଦେ' ଖୁବ୍ ଚର୍ଚ୍ଚାରେ । ଏଯାବତ ଫିଲ୍ମର ଚାରୋଟି ଗୀତ ରିଲିଜ ହୋଇଯାଇଛି । ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ମେକର୍ସ ଫିଲ୍ମର ପଞ୍ଚମ ଗୀତ 'ମୁଖଡା ଭେଖ' ରିଲିଜ କରିଦେଇଛନ୍ତି ।

  • " class="align-text-top noRightClick twitterSection" data="">

ଏହି ଗୀତରେ ଅଜୟଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳିଛି । ଏହାସହ ସେ ପତ୍ନୀ ତଥା ଅଭିନେତ୍ରୀ ତବ୍ବୁଙ୍କ ସାମ୍ନାରେ ଗର୍ଲଫ୍ରେଣ୍ଡ ରକୁଲ ପ୍ରୀତ ସିଂହଙ୍କ ପ୍ରଶଂସା କରୁଥିବା ନଜର ଆସୁଛନ୍ତି ।

ପୂର୍ବ ଚାରୋଟି ଗୀତରେ ତବ୍ବୁ ଓ ରକୁଲ ଏକାଠି ନଜର ଆସି ନଥିଲେ । କିନ୍ତୁ ଏହି ଗୀତରେ ଦୁଇଜଣଙ୍କ ଭିନ୍ନ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ଗୀତଟିରେ ସ୍ପଷ୍ଟ ରୂପେ ଲଭ ଟ୍ରାଙ୍ଗଲ ନଜର ଆସୁଛି । ଭିଡିଓରେ ଅଜୟ କେବଳ ତବ୍ବୁଙ୍କ ସହ ନୁହେଁ ରକୁଲଙ୍କ ସହ ମଧ୍ୟ ଫ୍ଲର୍ଟ କରୁଛନ୍ତି ।

'ଦେ ଦେ ପ୍ୟାର'ର ଏହି ନୂଆ ଗୀତଟି ଏକ ପାର୍ଟି ବେସ ସଙ୍ଗ । ପୂର୍ବ ପରି ଏଥିରେ ମଧ୍ୟ ପଞ୍ଜାବୀ ଗୀତର ତଡକା ଲଗାଯାଇଛି । ଗୀତଟିକୁ ଗାଇଛନ୍ତି ପପୁଲାର ଗାୟକ ମୀକା ସିଂହ ଓ ଧ୍ବନି ଭଂସାଲୀ । ଟି-ସିରିଜ ବ୍ୟାନରେ ତିଆରି ହୋଇଛି ଏହି ଗୀତଟି । ଫିଲ୍ମଟି ଆସନ୍ତା 17ରେ ରିଲିଜ ହେବାକୁ ଯାଉଛି ।

Intro:Body:

BREAKING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.