ETV Bharat / sitara

ପତ୍ନୀ-ଝିଅଙ୍କ କୋରୋନା ପଜିଟିଭକୁ ନେଇ ଜବାବ ଦେଲେ ସିଂଘମ

author img

By

Published : Mar 31, 2020, 12:17 PM IST

କିଛି ଦିନ ହେବ କାଜୋଲ ଓ ତାଙ୍କ ଝିଅଙ୍କୁ କୋରୋନା ପଜିଟିଭ ବାହାରିବା କଥା ଶୁଣିବାକୁ ମିଳୁଥିଲା । ଏବେ ଟ୍ବିଟ କରି ସମସ୍ତଙ୍କୁ ମୁହଁ ବନ୍ଦ କରିଦେଇଛନ୍ତି ଅଜୟ ଦେବଗନ।

ajay devgn
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: କୋରୋନା ଭାଇରସକୁ ନେଇ ଭୟଭିତ ଦେଶବାସୀ। ଏହି ଭାଇରସରେ ସଂକ୍ରମିତ ହୋଇ ଅନେକ ଲୋକଙ୍କ ଜୀବନ ଚାଲିଗଲାଣି । ଏହାବ୍ୟତୀତ ଅନେକ ମିଥ୍ୟା ଖବର ଲୋକଙ୍କ ମନରେ ଭୟ ସୃଷ୍ଟି କରିବାରେ ଲାଗିଛି। ନିକଟରେ ଲୋକପ୍ରିୟ ଅଭିନେତ୍ରୀ କାଜୋଲ ଓ ତାଙ୍କ ଲାଡଲୀ ନ୍ୟାସା କୋରୋନା ଭାଇରସରେ ସଂକ୍ରମିତ ହେବା ଖବର ଚର୍ଚ୍ଚାର ବିଷୟ ପାଲଟିଥିଲା । ଯାହାକୁ ଏବେ ଖଣ୍ଡନ କରିଛନ୍ତି କାଜୋଲଙ୍କ ସ୍ବାମୀ ତଥା ଅଭିନେତା ଅଜୟ ଦେବଗନ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଫ୍ୟାନକ୍ଲବ

ସେ ଟ୍ବିଟ କରି ଏହି ଖବରକୁ ଉଡା ଖବର କହିଛନ୍ତି। ସେ ଟ୍ବିଟରେ ଲେଖିଛନ୍ତି, ‘ପଚାରିବା ପାଇଁ ଧନ୍ୟବାଦ। କାଜୋଲ ଓ ନ୍ୟାସା ଏକଦମ ଠିକ୍ ଅଛନ୍ତି। ଦୁଇଜଣଙ୍କ ସ୍ବାସ୍ଥ୍ୟକୁ ନେଇ ଯେଉଁ ଚର୍ଚ୍ଚା ଜୋର ଚାଲିଛି ତାହା ମିଛ ଆଉ ଭିତ୍ତିହୀନ।’

ପ୍ରକାଶ ଥାଉକି କିଛି ଦିନ ପୂର୍ବରୁ ନ୍ୟାସା ସିଙ୍ଗାପୁରରୁ ଭାରତ ଆସିଥିଲେ । କାଜୋଲ ଝିଅ ସହ ମୁମ୍ବାଇ ଏୟାରପୋର୍ଟରେ ନଜର ଆସିଥିଲେ । ଫଟୋ ଭାଇରଲ ହେଲା ପରେ ଦୁଇଜଣ କୋରୋନାରେ ସଂକ୍ରମିତ ହେବା ଖବର ନିଆଁ ଭଳି ବ୍ୟାପିଯାଇଥିଲା । ଖାଲି ଏତିକି ନୁହେଁ କାଜୋଲଙ୍କ ଟେଷ୍ଟ ପଜେଟିଭ ଆସିଥିବା ବୋଲି ଶୁଣିବାକୁ ମିଳୁଥିଲା । ହେଲେ ଅଜୟ ଏବେ ଏହି ମିଥ୍ୟା ଖବର ଉପରେ ଫୁଲଷ୍ଟପ ଲଗାଇ ଦେଇଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.