ETV Bharat / sitara

ରକ୍ତ ଦାନ କରିବାକୁ କହି ହଟହଟା ସିଂଘମ

ପୁଣି ନିଜର ଏକ ଟ୍ବିଟ ପାଇଁ ଟ୍ରୋଲର୍ସଙ୍କ ଶିକାର ହେଲେ ଅଜୟ ଦେବଗନ। ଅଧିକ ପଢନ୍ତୁ...

author img

By

Published : Apr 20, 2020, 2:12 PM IST

_ajay devgan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅଜୟ ଦେବଗନ

ମୁମ୍ବାଇ: କୋରୋନା ଭାଇରସରୁ ବଞ୍ଚିବା ପାଇଁ ବିଶ୍ବ ଭ୍ୟାକସିନ୍ ଖୋଜିବାରେ ଲାଗିଛି। ଏହି ମହାମାରୀରୁ ଜନସାଧାରଣଙ୍କୁ ରକ୍ଷା କରିବାକୁ ଦିନ-ରାତି ବୈଜ୍ଞାନିକ ଓ ଡାକ୍ତର ଚେଷ୍ଟା ଚଳାଇଛନ୍ତି । ସେପଟେ କୋରୋନାରେ ସଂକ୍ରମିତ ହୋଇ କିଛି ଲୋକ ସୁସ୍ଥ ମଧ୍ୟ ହୋଇସାରିଛନ୍ତି। ତଥାପି ଏହି ସଂକ୍ରମଣ ଲକ୍ଷ ଲକ୍ଷ ମୁଣ୍ଡ ନେଇସାରିଲାଣି । ଇତିମଧ୍ୟରେ ବି-ଟାଉନର ସିଂଘମ ଅଜୟ ଦେବଗନ ସୋସିଆଲ ମିଡିଆରେ ହୋଇଛନ୍ତି ହଟହଟା। ଫ୍ୟାନ୍ସଙ୍କୁ ରକ୍ତ ଦାନ କରିବାକୁ ଅପିଲ କରି ଫସିଛନ୍ତି ସେ।

କଥାଟି ହେଲା କିଛି ରିପୋର୍ଟରେ ଦାବି କରାଯାଇଛି ଯେ, କୋରୋନା ଲଢେଇ ଜିତିଥିବା ଲୋକଙ୍କ ରକ୍ତରେ କ୍ଷମତା ଅଧିକ ବଢିଯାଇଥାଏ କୋରୋନା ସହ ଲଢିବା ପାଇଁ। ତାଙ୍କ ରକ୍ତ ଦ୍ବାରା ଅନ୍ୟ ସଂକ୍ରମିତ ଲୋକ ସୁସ୍ଥ ହୋଇପାରିବେ। ଏହି କାରଣ ପାଇଁ ଅଜୟ ମଧ୍ୟ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କୁ ଅପିଲ କରିଥିଲେ ରକ୍ତ ଦାନ କରିବାକୁ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ଅଜୟ ଦେବଗନ

ହେଲେ ତାଙ୍କ ଏହି ଟ୍ବିଟକୁ କିଛି ଲୋକଙ୍କୁ ଆଦୌ ପସନ୍ଦ ଆସିନଥିଲା । ଆଉ ସଙ୍ଗେ ସଙ୍ଗେ ଅପମାନଜନକ କମେଣ୍ଟ କରି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.