ETV Bharat / sitara

ମୁଁ ତମାଖୁ ବିଜ୍ଞାପନ କରୁନାହିଁ: ଅଜୟ ଦେବଗନ

ତମାଖୁ ବିଜ୍ଞାପନ ନ କରିବାକୁ ଅଜୟଙ୍କୁ ଅନୁରୋଧ କରିଥିଲେ ଜଣେ କ୍ୟାନ୍ସର ରୋଗୀ । ସପ୍ତାହେ ପରେ ଏହାର ଉତ୍ତର ଦେଇଛନ୍ତି ବଲିଉଡର ସିଘଂମ ।

ଫଟୋ ସୌଜନ୍ୟ: 'ଟ୍ବିଟର/Ajay Devgn
author img

By

Published : May 15, 2019, 2:30 PM IST

ହାଇଦ୍ରାବାଦ: ଗତ ସପ୍ତାହରେ ଜଣେ କ୍ୟାନ୍ସର ରୋଗୀ, ଅଭିନେତା ଅଜୟ ଦେବଗନଙ୍କୁ ତମାଖୁ ବିଜ୍ଞାପନ ନ କରିବାକୁ ଅନୁରୋଧ କରିଥିଲେ । ତେବେ ଏହାର ସପ୍ତାହେ ପରେ ଅଜୟ ଏନେଇ ନିଜ ମତ ରଖିଛନ୍ତି ।

ଅଜୟ କହିଛନ୍ତି, ସେ କୌଣସି ତମାଖୁର ବିଜ୍ଞାପନ କରୁନାହାଁନ୍ତି । ସେ ନିଜେ ଏହାର ପ୍ରତିବାଦ କରୁଛନ୍ତି । ତେବେ ଅଜୟଙ୍କ କହିବା କଥା ସେ ଇଲାଇଚିର ବିଜ୍ଞାପନ କରନ୍ତି ଯଦି ସେହି କମ୍ପାନି ଅନ୍ୟ କୌଣସି ପ୍ରଡକ୍ଟର ଉତ୍ପାଦନ କରୁଛି ତେବେ ଏଥିରେ ସେ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି ଅଜୟ ।

ତେବେ ପୂର୍ବରୁ ଜୟପୁରର ବାସିନ୍ଦା ନାନକରାମ ନାମକ ଏକ କ୍ୟାନ୍ସର ରୋଗୀ ତମ୍ବାକୁ ଉତ୍ପାଦନ ନ କରିବାକୁ ସାର୍ବଜନୀନ ଭାବେ ଅପିଲ କରିଥିଲେ । ବ୍ୟକ୍ତିଙ୍କ କହିବା କଥା ସେ ନିଜେ ଅଜୟ ଦେବଗନଙ୍କ ଫ୍ୟାନ ଓ ସେ ତାଙ୍କଠୁ ପ୍ରେରିତ ହୋଇଛନ୍ତି । ଆଉ ସେ ସେହି ଉତ୍ପାଦନର ସେବନ କରୁଥିଲେ ଯାହାର ବିଜ୍ଞାପନ ଅଜୟ କରନ୍ତି । ଏହାପରେ ତାଙ୍କୁ କ୍ୟାନ୍ସର ହେଇଛି ବୋଲି ଜଣା ପଡିଥିଲା ।

ତେବେ ନାନକରାମଙ୍କ ପୁଅଙ୍କ କହିବା କଥା କିଛି ବର୍ଷ ପୂର୍ବେ ହିଁ ତାଙ୍କ ବାପା ତମାଖୁ ଖାଇବା ଆରମ୍ଭ କଲେ ଓ ସେ ଅଜୟଙ୍କ ବିଜ୍ଞାପନ ଦ୍ବାରା ପ୍ରଭାବିତ ହୋଇଛନ୍ତି । ଅଜୟଙ୍କ ଭଳି ବଡ ଷ୍ଟାରଙ୍କୁ ଏହି ପ୍ରକାର ବିଜ୍ଞାପନ କରିବା ଉଚିତ ନୁହେଁ ବୋଲି କହିଛନ୍ତି ନାନକରାମଙ୍କ ପୁଅ ।

Intro:Body:

prabir 1

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.