ମୁମ୍ବାଇ: ଖୁବଶୀଘ୍ର ଡିଜିଟାଲ ଦୁନିଆରେ ପଦା ଥାପିବାକୁ ଯାଉଛନ୍ତି ବି-ଟାଉନର ସିଂଘମ ଅଜୟ ଦେବଗନ । ସେ ଡିଜନି ପ୍ଲସ ହଟଷ୍ଟାରର ଆଗାମୀ ୱେବ ସିରିଜ ‘ରୁଦ୍ର: ଦ ଏଜ ଅଫ ଡାର୍କନେସ’ରେ ନଜର ଆସିବେ । ଯାହା ବ୍ରିଟିଶ ସିରିଜର ହିନ୍ଦୀ ରିମେକ । ସେପଟେ ଏହି ସିରିଜ ପାଇଁ ତାରିଖ ନିର୍ଦ୍ଧାରିତ କରିସାରିଥିବା ଅଜୟଙ୍କ ପାଇଁ ବର୍ତ୍ତମାନ ସମସ୍ୟା ସୃଷ୍ଟି ହୋଇଛି । । କାରଣ ସିରିଜ ପାଇଁ ତାଙ୍କର ଦୁଇଟି ବଡ ଫିଲ୍ମର ପ୍ଲାନିଂ ଗଡବଡ ହୋଇଯାଇଛି ।
ମୁଖ୍ୟକଥା ହେଲା ଯେ ଗୋଟିଏ ଫିଲ୍ମରେ କାମ କରିବାକୁ ମନା ମଧ୍ୟ କରିଦେଇଛନ୍ତି ସେ । ଆଉ ସେହିପରି ଅନ୍ୟ ଫିଲ୍ମ ପାଇଁ ସ୍ଥିତି ବର୍ତ୍ତମାନ ଠିକ୍ ବି ନାହିଁ । ରିପୋର୍ଟ ଅନୁଯାୟୀ ଯେଉଁ ଫିଲ୍ମକୁ ଅଜୟ ନାଁ କହିଛନ୍ତି ତାହା ୟଶରାଜ ଫିଲ୍ମସର ଆଗାମୀ ଫିଲ୍ମ ।
ପ୍ରକାଶ ଥାଉକି ଗତ ମଙ୍ଗଳବାର ଅଜୟ ନିଜ ଡେବ୍ୟୁ ସିରିଜର ଘୋଷଣା କରିଥିଲେ । ସେହିପରି ତାଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ହୋଇଥିବା ଦୁଇଟି ଫିଲ୍ମ ‘ଦ ବିଗ ବୁଲ’ ଓ ‘ଭୁଜ- ଦ ପ୍ରାଇଡ ଅଫ୍ ଇଣ୍ଡିଆ’କୁ ଡିଜନି ମୋଟା ଅଙ୍କ ଦେଇ କିଣିଛି । ଏହି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ ଦୁଇ ଫିଲ୍ମ ।