ETV Bharat / sitara

ଜନ୍ମଦିନରେ ଅଭିଙ୍କୁ ଐଶଙ୍କ ସରପ୍ରାଇଜ

ଆଜି ଜୁନିୟର ବଚ୍ଚନଙ୍କ ଜନ୍ମଦିନ କିନ୍ତୁ ଖୁସି ମନାଉଛନ୍ତି ପତ୍ନୀ ଐଶ୍ବର୍ଯ୍ୟା । ଆଉ ସ୍ବାମୀ ଅଭିଷେକଙ୍କ ଜନ୍ମଦିନକୁ ସ୍ପେଶାଲ କରାଇବା ପାଇଁ ଐଶ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଗୋଟିଏ କ୍ୟୁଟ ଫଟୋ । ଆଉ ଜଣାଇଛନ୍ତି ଜନ୍ମଦିନର ଶୁଭେଚ୍ଛା । କିନ୍ତୁ ଐଶଙ୍କର ଏହି ଫଟୋ ଦେଖିବା ପରେ ଅଭିଷେକଙ୍କୁ ଲାଜ ଲାଗିପାରେ...

author img

By

Published : Feb 5, 2019, 2:39 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଆଜି ଜୁନିୟର ବଚ୍ଚନଙ୍କ ଜନ୍ମଦିନ କିନ୍ତୁ ଖୁସି ମନାଉଛନ୍ତି ପତ୍ନୀ ଐଶ୍ବର୍ଯ୍ୟା । ଆଉ ସ୍ବାମୀ ଅଭିଷେକଙ୍କ ଜନ୍ମଦିନକୁ ସ୍ପେଶାଲ କରାଇବା ପାଇଁ ଐଶ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଗୋଟିଏ କ୍ୟୁଟ ଫଟୋ । ଆଉ ଜଣାଇଛନ୍ତି ଜନ୍ମଦିନର ଶୁଭେଚ୍ଛା । କିନ୍ତୁ ଐଶଙ୍କର ଏହି ଫଟୋ ଦେଖିବା ପରେ ଅଭିଷେକଙ୍କୁ ଲାଜ ଲାଗିପାରେ...

undefined

ଐଶ, ଅଭିଷେକଙ୍କ ଜନ୍ମଦିନ ଅବସରରେ ତାଙ୍କ ପିଲାଦିନର ଗୋଟିଏ ଫଟୋ ଓ ଏବେକାର ଗୋଟିଏ ଫଟୋ ପୋଷ୍ଟ କରି ଶୀର୍ଷକରେ ଲେଖିଛନ୍ତି, 'ସର୍ବଦା ପାଇଁ..ମୋ ବେବୀ.. ଜନ୍ମଦିନର ଶୁଭେଚ୍ଛା ବେବୀ।' ପ୍ରକାଶ ଥାଉକି, ଉଭୟ 2007 ଏପ୍ରିଲରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଉଭୟଙ୍କ ବିବାହକୁ 12ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ଉଭୟଙ୍କ କେମେଷ୍ଟ୍ରି ଦେଖିବା ଜରୁରୀ । ଉଭୟ କନ୍ୟା ସନ୍ତାନ (ଆରାଧ୍ୟା)ଙ୍କ ପିତାମାତା ।

ଅଭିଷେକଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ନିକଟରେ 'ମନମର୍ଜିୟାଂ'ରେ ନଜର ଆସିଥିବାବେଳେ ଆଜିକାଲି ଅନୁରାଗ ବସୁଙ୍କ ଫିଲ୍ମରେ କାମ କରୁଛନ୍ତି । ଏହାଛଡା ସେ କମଲ ହସନଙ୍କ ସହ ଫିଲ୍ମ 'ଇଣ୍ଡିଆନ 2'ରେ ନଜର ଆସିପାରନ୍ତି । ଐଶ୍ବର୍ଯ୍ୟା ମଧ୍ୟ ଅନୁରାଗ କଶ୍ୟପଙ୍କ ଫିଲ୍ମ 'ଗୁଲାବ ଜାମୁନ'ରେ ଅଭିଷେକଙ୍କ ସହ ଦୀର୍ଘଦିନ ପରେ କାମ କରିବାକୁ ପ୍ରସ୍ତୁତ ।

Intro:Body:

'ଡାଟମ୍‌'  ଚିଟ୍‌ଫଣ୍ଡ ଠକେଇ: କୋର୍ଟରୁ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ

ବ୍ରହ୍ମପୁର: ଅଧିକ ସୁଧରେ ଲୋକଙ୍କୁ ଟଙ୍କା ଦେବା ପ୍ରତିଶ୍ରୁତି ଦେଇ ଠକେଇ ମାମଲାରେ ସଂପୃକ୍ତ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା କନିଷିରେ ଥିବା ଅର୍ଥ ଲଗାଣକାରୀ ସ˚ସ୍ଥା  'ଡାଟମ୍‌'ର ପରିଚାଳନା ନିର୍ଦ୍ଦେଶକ ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ । ଏହି ସମୟରେ କୋର୍ଟ ପରିସରରେ ଜମାକାରୀ ଓ ଏଜେଣ୍ଟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । 

ଜଣାଯାଇଛି ଯେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ତଥା ଚିଟଫଣ୍ଡ କମ୍ପାନୀ 'ଡାଟମ୍‌' ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତି ବ୍ରଜମୋହନ ପଟ୍ଟନାୟକ ଏବଂ ପତ୍ନୀ ତ୍ରିଧାରା ମହାନ୍ତି ପୁଣି ଗିରଫ ହୋଇଛନ୍ତି । ବ୍ରହ୍ମପୁରସ୍ଥିତ ସ୍ବତନ୍ତ୍ର ଚିଟଫଣ୍ଡ୍ କୋର୍ଟରେ ମାମଲାର ବିଚାର ପାଇଁ ଦମ୍ପତିଙ୍କୁ ହାଜର କରାଯାଇଥିଲା । ମାତ୍ର ଅନ୍ୟ ଏକ ମାମଲାରେ ଗୋଳନ୍ଥରା ଥାନା ପୋଲିସ କୋର୍ଟ ପରିସରରୁ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କୁ ଗିରଫ କରି ନେଇଯାଇଥିବା ଦେଖିବାକୁ ମିଳିଛି । 

ସୂଚନା ଅନୁଯାୟୀ ଆସନ୍ତା ଫେବୃୟାରୀ ୬ରେ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କ ଜାମିନ ଖାରଜ ସମ୍ପର୍କରେ ଶୁଣାଣି କରାଯିବ ବୋଲି ସୂଚନା ମିଳିଛି । ଗତ ନଭେମ୍ବର ୬ ତାରିଖରେ ଭୁବନେଶ୍ବରରୁ ଗିରଫ ହୋଇ ବ୍ରହ୍ମପୁର ଜେଲରେ ରହିଥିଲେ ଏହି ଦମ୍ପତି । ହେଲେ ଗୋଳନ୍ଥରା ଥାନା ପୋଲିସ ପକ୍ଷରୁ ନିର୍ଦ୍ଧାରିତ ସମୟରେ ଚାର୍ଜସିଟ ଦାଖଲ କରାନଯିବା ଯୋଗୁଁ ଜାମିନ ବଳରେ ଗତ ଜାନୁଆରୀ ୨୧ ତାରିଖରେ ଜେଲରୁ ବାହାରିଥିଲେ । ତେବେ ଅନ୍ୟ ଏକ ଠକେଇ ମାମଲାରେ ପୁଣି ଉଭୟ ପତି ଓ ପତ୍ନୀଙ୍କୁ ପୋଲିସ ଗିରଫ କରିଥିବା କୁହାଯାଇଛି । ଏହି ସମୟରେ କୋର୍ଟ ପରିସରରେ ଜମାକାରୀଙ୍କ ପ୍ରବଳ ଭିଡ ଲାଗିରହିଥିବା ବେଳେ ପୋଲିସ ଉଭୟଙ୍କୁ ଗିରଫ କରିବା ସମୟରେ କିଛି ସମୟ ପାଇଁ ଜମାକାରୀ ଏବଂ କେତେକ ଏଜେଣ୍ଟ ଟଙ୍କା ଫେରାଇବା ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା ।

ଯାହାକୁ ନେଇ କୋର୍ଟ ପରିସରରୁ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କୁ ପୋଲିସ କଡା ସୁରକ୍ଷା ମଧ୍ୟରେ ନେଉଥିବା ବେଳେ କିଛି ଜମାକାରୀ ଅଭିଯୁକ୍ତ ନିର୍ଦ୍ଦେଶକ ଦମ୍ପତିଙ୍କ ସହ ଧସ୍ତାଧସ୍ତି କରିଥିଲେ । ଜମାକାରୀଙ୍କ ଆକ୍ରୋଶରୁ ପୋଲିସ ବ୍ରଜମୋହନ ଏବଂ ତ୍ରିଧାରାଙ୍କୁ ସୁରକ୍ଷା ଦେଇ ପୋଲିସ ଗାଡିରେ ଥାନାକୁ ନେଇଯାଇଥିଲେ ।

ସୂଚନାଯୋଗ୍ୟ ଯେ  'ଡାଟମ୍‌' କମ୍ପାନୀ ଅଧିକ ସୁଧରେ ଲୋକଙ୍କୁ ଟଙ୍କା ଦେବା ପ୍ରତିଶ୍ରୁତି ଦେଇ କୋଟି କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିଲା । ଗତ କିଛି ମାସ ତଳେ ଜମାକାରୀ ଟଙ୍କା ଫେରି ପାଇବା ଆଶାରେ କମ୍ପାନୀର କାର୍ଯ୍ୟାଳୟ ଘେରାଉ କରିଥିଲେ। ଏ ନେଇ ପୋଲିସ ମାମଲା ରୁଜୁ କରି କମ୍ପାନୀର କିଛି ଅଧିକାରୀଙ୍କୁ ପୂର୍ବରୁ ଗିରଫ କରିଥିଲା । ଏହି କମ୍ପାନୀ ପ୍ରାୟ ୫/୭କୋଟି ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । 

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ନ୍ୟୁଜ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.