ହାଇଦ୍ରାବାଦ: କାନ୍ସରେ ଯୋଗ ଦେଇଛନ୍ତି ଅନେକ ବଲିଉଡ ସେଲିବ୍ରିଟୀ । ତେବେ ଝିଅ ଆରାଧ୍ୟା ସହ କାନ୍ସରେ ପହଞ୍ଚିଛନ୍ତି ଐଶ୍ବର୍ଯ୍ୟା ରାୟ ବଚ୍ଚନ । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରେଡ କାର୍ପେଟରେ ଚାଲିଛନ୍ତି ପୂର୍ବତନ ମିସ ୱାର୍ଲ୍ଡ ।

ଏବର୍ଷ ଐଶଙ୍କ ଲୁକ କିଛି ଅଲଗା ଥିଲା । ୟେଲୋ ଗ୍ରୀନ ଫିସ ଗାଉନରେ କାଫି ସୁନ୍ଦର ଦେଖାଯାଉଥିଲେ ଐଶ ଓ ସାଥିରେ ଥିଲେ ଝିଅ ଆରାଧ୍ୟା । ଏହାସହ ସିମ୍ପଲ ମେକଅପ ଓ ଷ୍ଟ୍ରେଟ ହେୟାର ଷ୍ଟାଇଲରେ ନଜର ଆସିଥିଲେ ଐଶ । ଐଶଙ୍କ ୟେଲୋ ଗାଉନ ସହ ମ୍ୟାଚ କରି ୟୋଲୋ ଫ୍ରକରେ ନଜର ଆସିଥିଲେ ଆରାଧ୍ୟା ।

ତେବେ ଏ ବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଥମ ଥର ହିନା ଖାନ ରେଡ କାର୍ପେଟରେ ଚାଲିଥିଲେ । ଏହାସହ ପ୍ରିୟଙ୍କା ଚୋପ୍ରା, ସୋନମ କପୁର ଆହୁଜା, ହୁମା କ୍ୟୁରେସି, କଙ୍ଗନା ରଣାୱତ, ଡାଏନା ପେଣ୍ଟ, ମଲିକା ଶେରାୱତ ଆଦି କାନ୍ସରେ ଯୋଗ ଦେଇଛନ୍ତି ।