ETV Bharat / sitara

ଏନସିବି ଲକଅପରେ ରାତି କାଟିବା ପରେ ଜେଲ ଗଲେ ରିୟା

author img

By

Published : Sep 9, 2020, 11:23 AM IST

ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛି ରିୟା ଚକ୍ରବର୍ତ୍ତୀ। ମଙ୍ଗଳବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କାର୍ଯ୍ୟାଳୟର ଲକଅପରେ ରାତି କାଟିବା ପରେ ବୁଧବାର ରିୟାଙ୍କୁ ଭାୟକୁଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଛି।

ଏନସିବି ଲକଅପରେ ରାତି କଟିବା ପରେ ବାଇକୁଲ୍ଲା ଜେଲକୁ ଗଲେ ରିୟା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲା ଓ ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଛନ୍ତି ରିୟା ଚକ୍ରବର୍ତ୍ତୀ। ମଙ୍ଗଳବାର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କାର୍ଯ୍ୟାଳୟର ଲକଅପରେ ରାତି କାଟିବା ପରେ ବୁଧବାର ରିୟାଙ୍କୁ ଭାୟକୁଲ୍ଲା ଜେଲକୁ ସ୍ଥାନାନ୍ତର କରାଯାଇଛି। ଗତକାଲି ଡ୍ରଗ୍ସ ମାମଲାରେ ଗିରଫ ହେବାର କିଛି ସମୟ ପରେ ତାଙ୍କୁ ସ୍ଥାନୀୟ କୋର୍ଟ ଦ୍ବାରା ସେପ୍ଟେମ୍ବର 22 ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ପଠାଯାଇଛି।

ତେବେ କୋର୍ଟ ରିୟାଙ୍କ ଆଗୁଆ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହାସହ ଏନସିବି କୋର୍ଟଙ୍କୁ ସୂଚନା ଦେଇ କହିଛି ଯେ, ସେ ଜଣେ ଡ୍ରଗ୍ ସିଣ୍ଡିକେଟ୍ ର ଜଣେ ସକ୍ରିୟ ସଦସ୍ୟ ଏବଂ ତାଙ୍କ ପ୍ରେମିକ ରାଜପୁତଙ୍କ ପାଇଁ ଡ୍ରଗ୍ କ୍ରୟ କରିଥିଲେ। ଏହାସହ ଏନସିବି ଆଉ ତାଙ୍କୁ ହେପାଜତକୁ ନେବାକୁ ଚାହୁଁ ନାହିଁ କାରଣ ରିୟାଙ୍କୁ ଲଗାତାର ତିନି ଦିନ ଧରି ପ୍ରଶ୍ନ କରିସାରିଛି।

ଗିରଫ ହେବା ପରେ ରିୟାଙ୍କୁ ତୁରନ୍ତ କୋଭିଡ୍ ପରୀକ୍ଷା ସହିତ ମେଡିକାଲ ପରୀକ୍ଷା ପାଇଁ ସେଣ୍ଟ୍ରାଲ ମୁମ୍ବାଇର ସିଭିଲ ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତରଖାନାରେ ତାଙ୍କ କୋଭିଡ୍ ପାଇଁ ଆଣ୍ଟିଜେନ୍ ପରୀକ୍ଷା ନେଗେଟିଭ୍ ଥିବା ଜଣାପଡିଛି। ଏହା ପରେ ତାଙ୍କୁ ସନ୍ଧ୍ୟା 7.15 ସମୟରେ ଦକ୍ଷିଣ ମୁମ୍ବାଇର ଏନସିବି କାର୍ଯ୍ୟାଳୟକୁ ନିଆଯାଇଥିଲା ଏବଂ ଭିଡିଓ କନଫରେନ୍ସ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା।

ମୁମ୍ବାଇ ବାନ୍ଦ୍ରା ନିବାସରେ ରାଜପୁତଙ୍କ ରହସ୍ୟମୟ ମୃତ୍ୟୁ ଘଟଣାର ଅନୁସନ୍ଧାନ ସଂପର୍କରେ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ସୌଭିକ୍, ସାମୁଏଲ୍ ମିରାଣ୍ଡା ଏବଂ ଅନ୍ୟ କେତେକ ଡ୍ରଗ୍ସ ବେପାରୀଙ୍କ ସହିତ ଲିଙ୍କ୍ ହୋଇଥିବା ଅଭିଯୋଗରେ ଯାଞ୍ଚ ଚାଲିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.