ନୂଆଦିଲ୍ଲୀ: ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସ ଷଡଯନ୍ତ୍ର ପଦାକୁ ଆସିବା ପରେ ଚାଲିଛି ତଦନ୍ତ । ଶୁକ୍ରବାର ଚାଲିଥିବା ଡ୍ରଗ୍ସ ଯାଞ୍ଚରେ ଏନସିବି ରିଆ ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ୍ ଏବଂ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲଙ୍କୁ ଗିରଫ କରିଥିଲା । ଇତିମଧ୍ୟରେ ଖବର ସାମ୍ନାକୁ ଆସୁଛି ଯେ, ଶନିବାର ଦିନ ଏନସିବି ସୁଶାନ୍ତଙ୍କ କର୍ମଚାରୀ ଦୀପେଶ ସାୱନ୍ତଙ୍କୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ରବିବାର 11 ଟାରେ ଏସପ୍ଲାନେଟ କୋର୍ଟରେ ଦୀପେଶ ହାଜର ହେବେ । ଡ୍ରଗ୍ସ ପରିଚାଳନାରେ ଦୀପେଶଙ୍କ ଭୂମିକା ଏବଂ ଡିଜିଟାଲ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଛି ବୋଲି ଏନସିବି କହିଛି ।
ସୁଶାନ୍ତଙ୍କ ଘରେ ଦୀପେଶ କାମ କରିଥିବାରୁ ତାଙ୍କ ପାଖରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଥାଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ଡ୍ରଗ୍ସ ବିଷୟରେ ଅନେକ ହ୍ବାଟସ୍ ଆପ୍ ଚାଟ ଲିକ୍ ହେବା ପରେ ଏନସିବି ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ ଆଙ୍ଗେଲର ଯାଞ୍ଚ ଆରମ୍ଭ କରିଥିଲା ।