ହାଇଦ୍ରାବାଦ: ଦେଶରେ କୋରୋନା ସଙ୍କଟ କମିବାର ନାଁ ନେଉ ନାହିଁ । ଜନସାଧାରଣଙ୍କ ଠୁ ନେଇ ସେଲିବ୍ରିଟି ଏଯାବତ ଏହାର ଶିକାର ହେଉଛନ୍ତି । ଇତିମଧ୍ୟରେ ଆଜି(ମଙ୍ଗଳବାର) ବି-ଟାଉନର ହ୍ୟାଣ୍ଡସମ ଆକ୍ଟର ରଣବୀର କପୁରଙ୍କ କୋରୋନା ସଂକ୍ରମିତ ଖବର ସାମ୍ନାକୁ ଆସିଛି । ରଣବୀରଙ୍କ ମା' ତଥା ଅଭିନେତ୍ରୀ ନୀତୁ କପୁର ସୋସିଆଲ ମିଡିଆରେ ଏହି ଖବର ପ୍ରକାଶ କରିଛନ୍ତି । ଯାହାକୁ ନେଇ ଚିନ୍ତିତ ତାଙ୍କ ଫ୍ୟାନ୍ସ ।
- " class="align-text-top noRightClick twitterSection" data="">
ଏବେ ରଣବୀରଙ୍କ ପରେ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ମଧ୍ୟ କୋରୋନା ରିପୋର୍ଟ ପଜିଟିଭ୍ ବାହାରିଛି । ଫିଲ୍ମ ନିର୍ଦ୍ଦେଶକ ତାଙ୍କ କାର୍ଯ୍ୟାଳୟରେ କ୍ୟାରେଣ୍ଟାଇନରେ ଥିବାବେଳେ ଆଲିଆଙ୍କ କୋରୋନା ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଜଣାଯାଇଛି ।
- " class="align-text-top noRightClick twitterSection" data="
">
ଖବର ଅନୁଯାୟୀ, ମୁମ୍ବାଇରେ 'ଗଙ୍ଗୁବାଇ କାଠିଆୱାଡି'ର ସୁଟିଂ ସମୟରେ ଭଂସାଲୀ କୋରୋନା ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଫିଲ୍ମର ସୁଟିଂ ବର୍ତ୍ତମାନ ବନ୍ଦ ହୋଇଯାଇଛି । ଏବେ ନିର୍ଦ୍ଦେଶକ ଏବଂ ରଣବୀର କୋରୋନାରେ କବଳରେ ଅଛନ୍ତି । ସେପେଟେ ରଣବୀରଙ୍କ ଗାର୍ଲଫ୍ରେଣ୍ଡ, ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ କୋରୋନା ଟେଷ୍ଟ ହୋଇଛି । ହେଲେ ଏଯାବତ ତାଙ୍କ ରିପୋର୍ଟ ସାମ୍ନାକୁ ଆସିନାହିଁ ।