ETV Bharat / sitara

ସରିଲା ଏନସିବି ଟେନସନ, ସୁଟିଂସେଟକୁ ଫେରିବେ ଦୀପିକା

author img

By

Published : Oct 7, 2020, 8:14 PM IST

ନିଜର ଅପକମିଂ ଫିଲ୍ମ ସୁଟିଂ ପୁନଃ ଆରମ୍ଭ କରିବେ ଦୀପିକା । ଯାହାପାଇଁ ଗୋଆ ଯାତ୍ରା କରିବେ ସେ । ଅଧିକା ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ଡ୍ରଗ୍ସ କେସରେ ଫସିଥିବା ବି-ଟାଉନର ପଦ୍ମାବତୀ ଦୀପିକା ପାଦୁକୋନ ପୁଣିଥରେ ଫିଲ୍ମ ସୁଟିଂ ପାଇଁ ପ୍ରସ୍ତୁତ ଥିବାର ନଜର ଆସୁଛନ୍ତି । ସେ ନିଜ ଆଗାମୀ ଫିଲ୍ମ ‘ଶକୁନ ବତ୍ରା’ ସୁଟିଂ କରିବା ପାଇଁ ଗୋଆ ଯାତ୍ରା କରିବେ। ଏହି ଫିଲ୍ମରେ ଦୀପିକାଙ୍କ ସହ ନଜର ଆସିବେ ଅଭିନେତା ସିଦ୍ଧାନ୍ତ ଚତୁବେର୍ଦୀ ଓ ଅନନ୍ୟା ପାଣ୍ଡେ । ଡ୍ରଗ୍ସ ମାମଲାରେ ଏନସିବି ଅଫିସରେ ସାମିଲ ହେବା ପାଇଁ ସେ ଫିଲ୍ମର ସୁଟିଂ ଅଧାରେ ଛାଡି ମୁମ୍ବାଇ ଆସିଥିଲେ ।

ସେପଟେ ସୁଶାନ୍ତ ସିଂ ରାଜପୁତଙ୍କ କେସରେ ସମ୍ପୃକ୍ତ ଥିବା ଡ୍ରଗ କେସରେ ତାଙ୍କ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀଙ୍କୁ ବୁଧବାର ଜାମିନ ମିଳିଛି । ବମ୍ବେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

ପ୍ରକାଶ ଥାଉକି ଏନସିବି ପଚରାଉଚରା ସମୟରେ ରିଆ ବଲିଉଡର କିଛି ସେଲିବ୍ରିଟିଙ୍କ ନାମ ନେଇଥିଲେ । ଯେଉଁମାନେ ଡ୍ରଗ୍ସ ସେବନରେ ଲିପ୍ତ ଥିବା କଥା କହିଥିଲେ । ଏହି କ୍ରମରେ ସାମିଲ ଅଛନ୍ତି ଦୀପିକା, ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ ସିଂ ଭଳି ଅଭିନେତ୍ରୀ । ଯାହାଙ୍କ ବୟାନ ନେଇସାରିଲାଣି ଏନସିବି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.