ETV Bharat / sitara

‘ଦୀପିକା ହଟାଓ ଲକ୍ସ ବଚାଓ’

author img

By

Published : Jan 13, 2020, 5:58 PM IST

ପୁଣି ସୋସିଆଲ ମିଡିଆରେ ବଏକଟର ଶିକାର ହେଲା ଦୀପିକା ପାଦୁକୋନଙ୍କ ଲକ୍ସ ବିଜ୍ଞାପନ । କିଛି ୟୁଜର୍ସ ଲକ୍ସ କମ୍ପାନୀଙ୍କୁ ଦେଲେ ଧମକ ।

deepika padukone
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ

ମୁମ୍ବାଇ: ନିକଟରେ ଜେଏନୟୁ ହିଂସା ପରେ ଛାତ୍ରଛାତ୍ରୀଙ୍କ ବିରୋଧ ପ୍ରଦର୍ଶନରେ ସାମିଲ ହୋଇ ଚର୍ଚ୍ଚାରେ ଆସିଥିଲେ ଦୀପିକା ପାଦୁକୋନ । ତାଙ୍କ ଏପରି ବ୍ୟବହାରରେ ରାଗିଯାଇ କିଛି ଲୋକ ବିରୋଧ କରିବା ସହ ତାଙ୍କ ଅଭନୀତ ଫିଲ୍ମ ‘ଛପାକ’କୁ ବଏକଟ ପାଇଁ ସୋସିଆଲ ମିଡିଆରେ କରିଥିଲେ । ଯାହାପାଇଁ ତାଙ୍କ ‘ଛପାକ’ର କଲେକ୍ସନ ଉପରେ ଏବେ ପ୍ରଭାବ ପଡୁଥିବାର ଦେଖିବାକୁ ମିଳୁଛି । ‘ଛପାକ’ ବଏକଟ ପରେ ଏବେ ଆଉ କିଛି ୟୁଜର୍ସ ତାଙ୍କ ଲକ୍ସ ବିଜ୍ଞାପନକୁ ମଧ୍ୟ ସୋସିଆଲ ମିଡିଆରେ ବଏକଟ କରିଛନ୍ତି ।

tweet-2
ଫଟୋ ସୌଜନ୍ୟ: ଟ୍ବିଟର@ୟୁଜର୍ସ

ବର୍ତ୍ତମାନ ଟ୍ବିଟରରେ ତାଙ୍କ ଲକ୍ସ ବିଜ୍ଞାପନକୁ ନେଇ ଅନେକ ମିମି ଦେଖିବାକୁ ମିଳୁଛି । ଟ୍ବିଟରରେ ଏଯାବତ ଲୋକ ଏହି ହ୍ୟାଶଟ୍ୟାଗ ସହ 33 ହଜାରରୁ ଅଧିକ ଟ୍ବିଟ କରିସାରିଲେଣି । ୟୁଜର୍ସଙ୍କ ଅନୁଯାୟୀ ଯଦି ଲକ୍ସ କମ୍ପାନୀ ନିଜ ବ୍ରାଣ୍ଡକୁ ବଞ୍ଚାଇବାକୁ ଚାହୁଁଛି ତେବେ ବିଜ୍ଞାପନରୁ ଦୀପିକାଙ୍କୁ ହଟାଇ ଦେଉ ।

tweet-1
ଫଟୋ ସୌଜନ୍ୟ: ଟ୍ବିଟର@ୟୁଜର୍ସ

ପ୍ରକାଶ ଥାଉକି ଏପରି ଏକ ମାମଲା 2016ରେ ମଧ୍ୟ ସାମ୍ନାକୁ ଆସିଥିଲା । କୌଣସି ବିବାଦକୁ ଆଧାର କରି ସ୍ନାପଡିଲ କମ୍ପାନୀ ଆମୀର ଖାନଙ୍କୁ ନିଜ ବ୍ରାଣ୍ଡ ଆମ୍ବାସଡର ପଦରୁ ହଟାଇଥିଲା । କଥାଟି ହେଲା ଯେ ଆମୀର ସେହି ସମୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କହିଥିଲେ ଭାରତରେ ଅସହିଷ୍ଣୁତା ବଢିଚାଲିଛି । ଯାହାପାଇଁ ତାଙ୍କ ପତ୍ନୀ ତାଙ୍କୁ ଭାରତ ଛାଡିବାକୁ କହିଥିଲେ ।

ଆମୀରଙ୍କ ଏହି ବୟାନ ତାଙ୍କୁ ବିବାଦ ଘେରରେ ଆଣିଦେଇଥିଲା । ସୋସିଆଲ ମିଡିଆରେ ଅନେକ ଲୋକ ତାଙ୍କୁ ଦେଶୀଦ୍ରୋହୀ ମଧ୍ୟ କହିଥିଲେ । ସେହିପରି ସ୍ନାପଡିଲ କମ୍ପାନୀଙ୍କୁ ଅନେକ ଚେତାବନୀ ମିଳିଥିଲା ଯେ ଆମୀରଙ୍କୁ ଯେପର୍ଯ୍ୟନ୍ତ ବ୍ରାଣ୍ଡ ଆମ୍ବାସଡର ଅଛନ୍ତି ଏହାର ଜିନିଷ କେହି କିଣିବେ ନାହିଁ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.