ETV Bharat / sitara

କଙ୍ଗନାଙ୍କ ସପକ୍ଷରେ ମଇଦାନକୁ ଓହ୍ଲାଇଲେ ଦିଲ୍ଲୀ କରଣୀ ସେନା - ଗ୍ରେଟର ନୋଏଡାରେ କରଣୀ ସେନାଙ୍କ ପ୍ରଦର୍ଶନ

କିଛି ଦିନ ହେବ ଶିବସେନା ଓ କଙ୍ଗନାଙ୍କ ବାକ୍ ଯୁଦ୍ଧ ଦେଖିବାକୁ ମିଳିଆସୁଛି । ଯାହାକୁ ଆଧାର କରି କଙ୍ଗନାଙ୍କୁ ସମର୍ଥନ କରି ମୁମ୍ବାଇ ମୁର୍ଦାବାଦ ନାରା ଲଗାଇ ପ୍ରଦର୍ଶନ କଲେ କରଣୀ ସେନା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Sep 7, 2020, 5:13 PM IST

ନୂଆ ଦିଲ୍ଲୀ: ଗ୍ରେଟର ନୋଏଡାରେ ରାଜପୁତ କରଣୀ ସେନା ଜିଲାଧିକାରୀ କାର୍ଯ୍ୟାଳୟରେ ପ୍ରଦର୍ଶନ କରିଛନ୍ତି । ମହାରାଷ୍ଟ୍ର ଶିବସେନା ନେତା ସଞ୍ଜୟ ରାଉତଙ୍କ ଦ୍ବାରା ଅଭିନେତ୍ରୀ କଙ୍ଗନା ରଣାୱତ ବିରୋଧରେ ଦିଆଯାଇଥିବା ଅଶ୍ଲୀଳ ଟିପ୍ପଣୀ ଓ ଧମକାଇବା ବିରୋଧ ପ୍ରଦର୍ଶନ କରି କୁଶପୁତ୍ତଳିକା ମଧ୍ୟ ଜାଳିଛନ୍ତି । ଏହାସହ ମହାରାଷ୍ଟ୍ର ସରକାର ମୁର୍ଦାବାଦ ମଧ୍ୟ ନାରା ଲଗାଯାଇଛି । ବର୍ତ୍ତମାନ ସଞ୍ଜୟଙ୍କ ବିରୋଧ ପ୍ରଦର୍ଶନ ତେଜିବାରେ ଲାଗିଛି ।

କଙ୍ଗନାଙ୍କ ସପକ୍ଷରେ ମଇଦାନକୁ ଓହ୍ଲାଇଲେ ଦିଲ୍ଲୀ କରଣୀ ସେନା

କଙ୍ଗନାଙ୍କ ସମର୍ଥନରେ ମଇଦାନକୁ ଓହ୍ଲାଇଥିବା କରଣୀ ସେନା ବୟାନରେ କହିଛନ୍ତି, ଯଦି ଆବଶ୍ୟକ ପଡିଲା ତେବେ କରଣୀ ସେନା କଙ୍ଗନାଙ୍କୁ ସାହାଯ୍ୟ କରିବା ପାଇଁ ମୁମ୍ବାଇରେ ମଧ୍ୟ ପହଞ୍ଚିବ । ସେହିପରି ପଶ୍ଚିମ ଉତ୍ତରପ୍ରଦେଶ କରଣୀ ସେନାର ସଭାପତି କରନ ଠାକୁର କହିଛନ୍ତି ଯେ ସଞ୍ଜୟ ଅଭିନେତ୍ରୀ କଙ୍ଗନାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି, ଯାହା ବିରୋଧରେ କରଣୀ ସେନା ରାସ୍ତାକୁ ଓହ୍ଲାଇଛି ।

ପ୍ରକାଶ ଥାଉକି ହିମାଚଳ ପ୍ରଦେଶ ସରକାରଙ୍କ ପରେ କଙ୍ଗନାଙ୍କୁ ୱାଇ ପ୍ଲସ ସୁରକ୍ଷା ଦେବାକୁ ସୋମବାର ଗୃହ ମନ୍ତ୍ରାଳୟ ତରଫରୁ କୁହାଯାଇଥିଲା । ଯାହାର ସ୍ବାଗତ ଜଣାଇ ହିମାଚଳ ପ୍ରଦେଶ ସିଏମ ଜୟରାମ ଠାକୁର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଧନ୍ୟବାଦ ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.