ETV Bharat / sitara

ଜାତିଭିତ୍ତିକ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ୟୁବିକା

author img

By

Published : May 26, 2021, 12:01 PM IST

ନିଜ ସୋସିଆଲ ମିଡିଆ ପୋଷ୍ଟରେ ଜାତି ଭିତ୍ତିକ ବୟାନ ଦେଇ ଏବେ ସମସ୍ତଙ୍କୁ କ୍ଷମା ମାଗିଲେ ଅଭିନେତ୍ରୀ ୟୁବିକା ଚୌଧୁରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟୁବିକା ଚୌଧୁରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟୁବିକା ଚୌଧୁରୀ

ମୁମ୍ବାଇ: ସମସ୍ୟା ଘେରରେ ଅଭିନେତ୍ରୀ ୟୁବିକା ଚୌଧୁରୀ । ସୋସିଆଲ ମିଡିଆରେ ତାଙ୍କୁ ଗିରଫ କରାଯିବା ଦାବି ତୀବ୍ର ହୋଇଛି। ନିକଟରେ ସେ ଏକ ନିର୍ଦ୍ଦିଷ୍ଟ ଜାତି ବିଷୟରେ ସୋସିଆ ମିଡିଆରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଭିଡିଓ ଦେଖିବା ପରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖାଦେଇଛି । ସେପଟେ ଟ୍ବିଟରରେ ମଧ୍ୟ #ArrestYuvikaChoudhary ଟ୍ରେଣ୍ଡ ମଧ୍ୟ କରୁଛି । ଯାହା ପାଇଁ ଏବେ କ୍ଷମା ମାଗିଛନ୍ତି ଅଭିନେତ୍ରୀ ।

ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି, ‘ମୁଁ ମୋର ପୂର୍ବ ବ୍ଲଗରେ ବ୍ୟବହାର କରିଥିବା ଶବ୍ଦର ଅର୍ଥ ଜାଣି ନଥିଲି । ମୁଁ କାହାକୁ ଆଘାତ କରିବାକୁ ଚାହୁଁନଥିଲି । ଏହି ଭୁଲ ପାଇଁ ମୁଁ ତୁମ ସମସ୍ତଙ୍କୁ କ୍ଷମା ମାଗୁଛି । ଆଶା କରେ ତୁମେମାନେ ବୁଝିପାରିବ । ସମସ୍ତଙ୍କୁ ଭଲ ପାଅ।’

ପ୍ରକାଶ ଥାଉକି ୟୁବିକାଙ୍କ ପୂର୍ବରୁ ଟିଭି ଅଭିନେତ୍ରୀ ମୁନମୁନ ଦତ୍ତା ମଧ୍ୟ ଦଳିତ ଲୋକଙ୍କ ବିରୋଧରେ ଅପମାନଜନ ବୟାନ ଦେଇ କ୍ଷମା ପ୍ରାର୍ଥନା କରିଥିଲେ । ଯାହା ପାଇଁ ତାଙ୍କ ନାଁରେ ମାମଲା ରୁଜୁ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.