ETV Bharat / sitara

‘ମିର୍ଜାପୁର 2’ ବିବାଦ: ସାଂସଦ ଅନୁପ୍ରିୟଙ୍କ ସମର୍ଥନରେ କମେଡିଆନ ରାଜୁ

author img

By

Published : Oct 26, 2020, 3:39 PM IST

ପପୁଲାର ୱେବ ସିରିଜ ‘ମିର୍ଜାପୁର 2’ ବିରୋଧରେ କହିଲେ ରାଜୁ ଶ୍ରୀବାସ୍ତବ । ପୂର୍ବରୁ ଏହାର ବିରୋଧ କରି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରିସାରିଛନ୍ତି ମିର୍ଜାପୁର ସାଂସଦ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ବଢିଚାଲିଛି ପପୁଲାର ୱେବ ସିରିଜ ‘ମିର୍ଜାପୁର 2’ର ବିବାଦ । ନିକଟରେ ଏହି ସିରିଜ ବିରୋଧରେ ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ସାଂସଦ ଓ ପାର୍ଟି ‘ଆପନା ଦଳ’ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅନୁପ୍ରିୟା ପଟେଲ ସିରିଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସିରିଜ ବିରୋଧରେ ଏକ ଟ୍ବିଟ କରି ସମସ୍ୟା ଜଣାଇଥିଲେ । ‘ମିର୍ଜାପୁର’ ୱେବ ସିରିଜ ମାଧ୍ୟମରେ ଏହାକୁ ଏକ ହିଂସାତ୍ମକ କ୍ଷେତ୍ର ଭାବରେ ବଦନାମ କରାଯାଉଛି । ଏହି ବିଶୃଙ୍ଖଳା ମାଧ୍ୟମରେ ଜାତିଗତ ଅସହଯୋଗ ମଧ୍ୟ ବ୍ୟାପୁଛି ବୋଲି ଟ୍ବିଟରେ ଲେଖିଥିଲେ ଅନୁପ୍ରିୟା । ଆଉ ଏବେ ଅନୁପ୍ରିୟାଙ୍କ ସମର୍ଥନ କରି ଚର୍ଚ୍ଚାରେ ଫେମସ କମେଡିଆ ରାଜୁ ଶ୍ରୀବାସ୍ତବ ।

ଏହି ମାମଲାରେ ସେ କହିଛନ୍ତି, ‘ସେମିତି ଦେଖିବାକୁ ଗଲେ ନିର୍ମାତାଙ୍କୁ ସ୍ବାଧୀନ ଅଛି ସେ ନିଜ ବିଚାରଧାରାକୁ ଫିଲ୍ମର କିମ୍ବା ୱେବ ସିରିଜରେ ପର୍ଯ୍ୟବେଶିତ କରିପାରିବେ । ହେଲେ କୌଣସି ସମୁଦାୟ, ସହର, ବର୍ଗ, ବିଶେଷ ସ୍ଥାନ ବିରୋଧରେ ଦର୍ଶାଇ ପାରିବେ ନାହିଁ । କିଛି ନିର୍ମାଣ କରିବା ପୂର୍ବରୁ ଏହା ଦେଖିବା ନିହାତି ଆବଶ୍ୟକ ଅଛି ଯେ ସେମାନଙ୍କ ସିରିଜ, ଫିଲ୍ମ ଦ୍ବାରା ଅନ୍ୟ କୌଣସି ସ୍ଥାନ କିମ୍ବା କାହାର ଭାବନାକୁ ଆହତ ଲାଗୁନି ତ । ମୁଁ ଏହି ମାମଲାରେ ସରକାରଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରିଛି ।’

ପ୍ରକାଶ ଥାଉକି ‘ମିର୍ଜାପୁର 2’ ଗତ ଶୁକ୍ରବାର ରିଲିଜ ହେବାର ଥିଲା ହେଲେ ମେକର୍ସ ଏହାର କିଛି ଘଣ୍ଟା ପୂର୍ବରୁ ତଥା ଗୁରୁବାର ବିଳମ୍ବିତ ରାତିରେ ରିଲିଜ କରିଥିଲେ । ଏହି ଲୋକପ୍ରିୟ ସିରିଜରେ ପଙ୍କଜ ତ୍ରିପାଠୀ, ଅଲ୍ଲୀ ଫଜଲ, ଦିବ୍ୟେନ୍ଦୁ ଶର୍ମା, ଶ୍ବେତା ତ୍ରିପାଠୀ, ରସିକା ଦୁଗଲ ଭଳି କଳାକାର ଶାନଦାର ଅଭିନୟ କରିଛନ୍ତି । ଏହାର ପ୍ରଥମ ସିଜନ ‘ମିର୍ଜାପୁର’ ମଧ୍ୟ ହିଟ୍ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.