ETV Bharat / sitara

ବିବାହ ବନ୍ଧନରୁ ମୁକ୍ତ ହେଲେ ଦିୟା ! - ସାହିଲ

2014ରେ ପ୍ରେମିକ ସାହିଲଙ୍କୁ ବିବାହ କରିଥିବା ଦିୟା ଏବେ ତାଙ୍କ ଠାରୁ ଅଲଗା ହେବାକୁ ଯାଉଛନ୍ତି । ସୋସିଆଲ ମିଡିଆରେ ବିବାହ ବନ୍ଧନରୁ ଅଲଗା ହେବାର ସୂଚନା ଦେଲେ ଦିୟା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିୟା ମିର୍ଜା
author img

By

Published : Aug 1, 2019, 2:27 PM IST

ମୁମ୍ବାଇ: ଗ୍ଲାମର ଦୁନିଆରୁ ଆଉ ଏକ ସମ୍ପର୍କ ଭାଙ୍ଗିବାର ଖବର ସାମ୍ନାକୁ ଆସିଛି । ବଲିଉଡର ପ୍ରିଟି ଆକ୍ଟ୍ରେସ ଏବଂ ପ୍ରଯୋଜିକା ଦିୟା ମିର୍ଜା ପାଖାପାଖି 11 ବର୍ଷ ପରେ ନିଜ ସମ୍ପର୍କକୁ ଅଲବିଦା କହିଛନ୍ତି । ଆଜ୍ଞା ହଁ, ଦିୟା ଓ ତାଙ୍କ ସ୍ବାମୀ ସାହିଲ ସଂଘା ବିବାହ ଜୀବନରୁ ଅଲଗା ହେବାକୁ ନିଷ୍ପତ୍ତି ନେଇସାରିଛନ୍ତି ।

ଯାହାର ସୂଚନା ଦିୟା ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଏହାସହ ସେ ସାହିଲଙ୍କୁ ଏବଂ ନିଜ ପରିବାର ସଦସ୍ୟଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ଏହି ଯୋଡି ଆପୋଷ ବୁଝାମଣାରେ ଛାଡପତ୍ର ନେବାକୁ ନିଷ୍ପତ୍ତି ନେଇଛନ୍ତି ।

ଦିୟା ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଲେଖିଛନ୍ତି, "11 ବର୍ଷ ପର୍ଯ୍ୟନ୍ତ ପରସ୍ପର ସହ ଜୀବନ ସେୟାର କରିବା ସହ ଏବେ ଆମେ ଆପୋଷ ବୁଝାମଣାରେ ଅଲଗା ହେବାକୁ ନିଷ୍ପତ୍ତି ନେଇସାରିଛୁ । ଆମେ ସବୁବେଳେ ବନ୍ଧୁ ହୋଇ ରହିବୁ । ପରସ୍ପରକୁ ସମ୍ମାନ ଏବଂ ପ୍ରେମ ଦେବୁ । ଆମ ଜୀବନର ରାସ୍ତା ଅଲଗା ହୋଇଯାଇଛି କିନ୍ତୁ ଆମେ ସବୁବେଳେ ଋଣୀ ରହିବୁ କି ପରସ୍ପର ସହ 11 ବର୍ଷ ଜୀବନ ବହୁତ ଭଲ କଟିଥିଲା । "

ଏହାସହ ଦିୟା ନିଜ ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ମଧ୍ୟ ଏହି ନିଷ୍ପତ୍ତିରେ ସହଯୋଗ କରିବା ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ପ୍ରକାଶ ଥାଉକି ଦୀର୍ଘ ସମୟରୁ ଡେଟ କରିଆସୁଥିବା ସାହିଲଙ୍କ ସହ 2014ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଦିୟା । ଦିଲ୍ଲୀରେ ଅବସ୍ଥିତ ସାହିଲଙ୍କ ଫ୍ରାମହାଉସରେ ଦୁଇଜଣଙ୍କ ଗ୍ରାଣ୍ଡ ୱେଡିଂ ହୋଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.