ETV Bharat / sitara

ଆଦିତ୍ୟ@35, ନବମ ଶ୍ରେଣୀରେ ହୋଇଥିଲା ପ୍ରଥମ ବ୍ରେକଅପ୍‌ - ଆଦିତ୍ଯ ରୟ କପୁରଙ୍କ 35ତମ ଜନ୍ମଦିନ ନ୍ୟୁଜ

35 ବର୍ଷରେ ପଦାର୍ପଣ କଲେ ଆଦିତ୍ୟ । ନିଜ ହ୍ୟାଣ୍ଡସମ ଲୁକ ପାଇଁ ସବୁବେଳେ ଝିଅଙ୍କ ଚର୍ଚ୍ଚାରେ ରହୁଥିବା ଆଦିତ୍ୟ ଏକଦା ବ୍ରେକଅପ୍‌କୁ ନେଇ ନିରାଶ ହୋଇପଡିଥିଲେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Nov 16, 2020, 11:23 AM IST

ମୁମ୍ବାଇ: ନିକଟରେ ରିଲିଜ ହୋଇଯାଇଛି ହ୍ୟାଣ୍ଡସମ ଆକ୍ଟର ଆଦିତ୍ୟ ରୟ କପୁରଙ୍କ ଜବରଦସ୍ତ ଫିଲ୍ମ ‘ଲୁଡୋ’ । ପୁଣିଥରେ ନିଜ ଦମଦାର ଅଭିନୟରେ ସମସ୍ତଙ୍କ ମନ କିଣିଛନ୍ତି ସେ । ବଲିଉଡକୁ ସେ ବ୍ଲକବଷ୍ଟର ଫିଲ୍ମ ‘ଆଶିକି 2’ ରୂପରେ ଦେଇଥିଲେ । ଫିଲ୍ମରେ ତାଙ୍କ ସହ ରୋମାନ୍ସ କରିଥିଲେ ସୁନ୍ଦରୀ ଅଭିନେତ୍ରୀ ଶ୍ରଦ୍ଧା କପୁର । ଏହାବ୍ୟତୀତ ଆୟନ ମୁଖାର୍ଜୀଙ୍କ ଫିଲ୍ମ ‘ୟେ ଜୱାନୀ ହେ ଦିୱାନି’, ‘ମଲଙ୍ଗ’ ଓ ଅନ୍ୟ ଫିଲ୍ମରେ ମଧ୍ୟ ତାଙ୍କ ଶାନଦାର ଅଭିନୟ ଦେଖିବାକୁ ମିଳିସାରିଛି । ଆଜି ବୟସର ଆଉ ଏକ ପାହଚରେ ଚଢିଛନ୍ତି ସେ । 1985 ନଭେମ୍ବର 16ରେ ଜନ୍ମିତ ଆଦିତ୍ୟଙ୍କୁ ପୁରିଲା 35 । ଫିଲ୍ମ ବ୍ୟାକଗ୍ରାଉଣ୍ଡ ପରିବାରରୁ ଆସିଛନ୍ତି ସେ । ତାଙ୍କ ଉପରେ ଲକ୍ଷ ଲକ୍ଷ ଝିଅ ଦିୱାନି ।

ତାଙ୍କର ଝଲକ ଫିଲ୍ମରେ ଦେଖିବାକୁ ଚାହିଁ ବସିଥାନ୍ତି ସମସ୍ତେ । ହେଲେ ଫ୍ୟାନ୍ସଙ୍କୁ ଜଣାନାହିଁ ଯେ ଏତେ ହ୍ୟାଣ୍ଡସମ ହୋଇ ମଧ୍ୟ ସେ ବ୍ରେକଅପ୍‌ର ସାମ୍ନା କରିସାରିଛନ୍ତି । ଏକଥା ଆମେ କହୁନାହୁଁ ନିକଟରେ ଏହାର ଖୁଲାସା ସେ ନିଜେ କରିଥିଲେ । ତେବେ ଆସନ୍ତୁ ଜାଣିବା ତାଙ୍କ ପ୍ରଥମ ବ୍ରେକଅପ୍‌ ବିଷୟରେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ରୟ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ରୟ କପୁର

ପରଦାରେ ବିନ୍ଦାସ ନଜର ଆସୁଥିବା ଆଦିତ୍ୟ କିନ୍ତୁ ରିୟଲ ଲାଇଫରେ ବ୍ରେକଅପ୍‌ର ଯନ୍ତ୍ରଣା ମଧ୍ୟ ସହି ସାରିଛନ୍ତି । ଆଜ୍ଞା ହଁ, ବ୍ରେକଅପ୍‌ ବିଷୟରେ ଏକ ସାକ୍ଷାତକାରରେ ସେ ଆଲୋଚନା କରିଥିଲେ, ଯାହା ତାଙ୍କ ପାଇଁ କୌଣସି ବଡ ଯନ୍ତ୍ରଣାଠୁ କମ ନୁହେଁ ବୋଲି କହିଥିଲେ । ସେ ନବମ ଶ୍ରେଣୀରେ ପଢୁଥିବା ବେଳେ ତାଙ୍କର ପ୍ରଥମ ବ୍ରେକଅପ୍‌ ହୋଇଥିଲା । ସେହି ସମୟରେ ତାଙ୍କୁ ଦୁନିଆ ଶେଷ ହେଲା ପରି ମଧ୍ୟ ଅନୁଭବ ହୋଇଥିଲା । ଏତେ କମ ବୟସରେ ବ୍ରେକଅପ୍‌ ହେବା ତାଙ୍କ ପାଇଁ ବହୁତ ଦୁଃଖ ଦାୟକ ଥିଲା ।

ସେ ଯାହା ବି ହେଉ ନା କାହିଁକି ଏବେ ନିଜ ଲାଇଫରେ ସବୁ କିଛି ଭୁଲି ସେ ବିନ୍ଦାସ ରହିବାକୁ ଚେଷ୍ଟା କରୁଛନ୍ତି । ଖାଲି ଏତିକି ନୁହେଁ ଶ୍ରଦ୍ଧାଙ୍କ ସହ ରେଲସନଶିପକୁ ମଧ୍ୟ ନେଇ ସେ କିଛି ବର୍ଷ ଚର୍ଚ୍ଚାରେ ଥିଲେ । ସେପଟେ ପପୁଲାର ଆକ୍ଟର ରଣବୀର ସିଂ ମଧ୍ୟ ଆଦିତ୍ୟଙ୍କ ଉପରେ ଗର୍ଲଫ୍ରେଣ୍ଡ ଚୋରି ଅଭିଯୋଗ ଲଗାଇସାରିଛନ୍ତି । ଯାହାପରେ ନିକଟରେ ପ୍ରତିକ୍ରିୟା ଦେଇଥିଲେ ଆଦିତ୍ୟ । ଆଉ କହିଥିଲେ ‘ମୁଁ କେବେ ମଧ୍ୟ ରଣବୀରଙ୍କ ଗାର୍ଲଫ୍ରେଣ୍ଡକୁ ଚୋରି କରିନଥିଲି। ରଣବୀରଙ୍କ ସହ ବ୍ରେକଅପର 8 ବର୍ଷ ପରେ ମୁଁ ସେହି ଝିଅଙ୍କୁ ଡେଟ୍ କରିବା ଆରମ୍ଭ କରିଥିଲି। ରଣବୀରଙ୍କୁ ସେହି ସମୟରେ କିପରି ଲାଗିଥିଲା ମୁଁ ଜାଣିନାହିଁ ।’

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ରୟ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ରୟ କପୁର

ପ୍ରକାଶ ଥାଉକି ରଣବୀର ଅଭିନେତ୍ରୀ ନେହା ଧୂପିୟାଙ୍କ ଟକ ଶୋ ‘ନୋ ଫିଲ୍ଟର’ରେ କହିଥିଲେ, ‘ଜୁନିୟର କଲେଜରେ ଆଦିତ୍ୟଙ୍କ ଉପରେ ସବୁ ଝିଅ ଫିଦା ଥିଲେ । ଆଉ ମୁଁ ଯେଉଁ ଝିଅ ପଛରେ 4ର ବର୍ଷ ଧରି ଦିୱାନା ଥିଲି ସେ ଆଦିତ୍ୟଙ୍କ ପାଇଁ ମୋ ସହ ବ୍ରେକଅପ୍ କରିଥିଲେ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.