ETV Bharat / sitara

ଦିଶା ଓ ଆଦିତ୍ୟଙ୍କ ଦୁଃଖ ଭରା ଜୁଦାଇ, ଦେଖନ୍ତୁ ଭିଡିଓ...

ଆସନ୍ତା ଫେବୃଆରୀ 7ରେ ରିଲିଜ ହେବାକୁ ପ୍ରସ୍ତୁତ ମୋହିତ ସୁରୀଙ୍କ ମଲ୍ଟି ଷ୍ଟାରର ଫିଲ୍ମ ‘ମଲଙ୍ଗ’। ଇତିମଧ୍ୟରେ ରିଲିଜ ହୋଇଯାଇଛି ଫିଲ୍ମର ଆଉ ଏକ ନୂଆ ଗୀତ ‘ଫିର ନା ମିଲେଂ କଭି’।

author img

By

Published : Jan 29, 2020, 1:55 PM IST

disha patani
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଶା ପଟାନୀ

ମୁମ୍ବାଇ: ଦିଶା ପଟାନୀ ଓ ଆଦିତ୍ୟ ରାୟ କପୁରଙ୍କ ଆଗାମୀ ଫିଲ୍ମ ‘ମଲଙ୍ଗ’ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି। ଫିଲ୍ମକୁ ନେଇ ଏକ୍ସାଇଟେଡ ଦର୍ଶକ। ମେକର୍ସ ମଧ୍ୟ ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ଫିଲ୍ମରେ ସବୁ ଗୀତ ଧିରେ ଧିରେ ରିଲିଜ କରିବାରେ ଲାଗିଛନ୍ତି। ଫିଲ୍ମରୁ ଏଯାବତ ସାମ୍ନାକୁ ଆସିସାରିଥିବା ଗୀତ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛି। ଆଉ ଏବେ ରିଲିଜ ହୋଇଯାଇଛି ଫିଲ୍ମର ଇମୋଶନାଲଭରା ଗୀତ ‘ଫିର ନା ମିଲେଂ କଭି ’। ଏହି ଗୀତ ମଧ୍ୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି ।

ଗୀତରେ ଦିଶା ଓ ଆଦିତ୍ୟଙ୍କ ରୋମାଣ୍ଟିକ ଅନ୍ଦାଜ ଦେଖିବାକୁ ମିଳୁଛି । ପରସ୍ପରଠୁ ଅଲଗା ହୋଇ କିପରି ଦୁଃଖରେ ଅଛନ୍ତି ଏହି ଯୋଡି ତାହା ଗୀତରେ ପର୍ଯ୍ୟବେସିତ। ଏହି ଦମଦାର ଗୀତକୁ ଫେମସ ଗାୟକ ଅଙ୍କିତ ତିୱାରୀ ଗାଇଥିବା ବେଳେ ପ୍ରିନ୍ସ ଦୁବେ ଏହାର ଲିରିକ୍ସ ଲେଖିଛନ୍ତି । ସେହିପରି ଗୀତ ଗାଇବା ସହ ମ୍ୟୁଜିକର ତଡକା ମଧ୍ୟ ଗୀତରେ ଲଗାଇଛନ୍ତି ଅଙ୍କିତ ।

  • " class="align-text-top noRightClick twitterSection" data="">

ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ‘ଫିର ନା ମିଲେଂ’ ଗୀତକୁ 74 ଲକ୍ଷରୁ ଅଧିକ ଭ୍ୟୁ ମିଳିସାରିଲାଣି। ଗୀତକୁ ଗୋଆ ଓ ମୁମ୍ବାଇର କିଛି ସ୍ଥାନରେ ସୁଟ କରାଯାଇଛି । ପ୍ରକାଶ ଥାଉକି ନିକଟରେ ରିଲିଜ ହୋଇଥିବା ଫିଲ୍ମର ଜବରଦସ୍ତ ଟ୍ରେଲରକୁ ମଧ୍ୟ ଖୁବ୍ ପସନ୍ଦ କରିଥିଲେ ଦର୍ଶକେ। ମୋହିତ ସୁରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଆଦିତ୍ୟ ଓ ଦିଶାଙ୍କ ବ୍ୟତୀତ ଅନିଲ କପୁର ଓ କୁନାଲ ଖେମୁ ମୁଖ୍ୟ ଭୂମିକରେ ନଜର ଆସୁଛନ୍ତି । ଆସନ୍ତା ମାସ 7 ତାରିଖରେ ରିଲିଜ ହେବାକୁ ଯାଉଛନ୍ତି ଏହି ଫିଲ୍ମ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.