ETV Bharat / sitara

ମହେଶଙ୍କୁ ରିଙ୍ଗମାଷ୍ଟର କହି ସମ୍ବୋଧନ କଲେ ଆଦିତ୍ୟ

ରୋମାଣ୍ଟିକ ଫିଲ୍ମ 'ସଡକ 2'ର ସୁଟିଂ ଆରମ୍ଭ କଲେ ଆଦିତ୍ୟ ରାୟ କପୁର । ଫିଲ୍ମରେ ତାଙ୍କ ଅପୋଜିଟ ନଜର ଆସିବେ କ୍ୟୁଟ ଆଲିୟା ।

author img

By

Published : Jul 19, 2019, 9:33 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ରାୟ କପୁର

ମୁମ୍ବାଇ: ହ୍ୟାଣ୍ଡସମ ଅଭିନେତା ଆଦିତ୍ୟ ରାୟ କପୁର ଜଲଦି ମଲ୍ଟି ଷ୍ଟାରର ଫିଲ୍ମ 'ସଡକ-2'ରେ ନଜର ଆସିବେ । ଯାହାର ସୁଟିଂ ଗତ ବୁଧବାର ଠାରୁ ଆରମ୍ଭ କରିଦେଇଛନ୍ତି ସେ । ଫିଲ୍ମରେ ତାଙ୍କ ସହ ଅଭିନେତା ସଞ୍ଜୟ ଦତ୍ତ, ପୂଜା ଭଟ୍ଟ ଓ ଆଲିୟା ଭଟ୍ଟ ମଧ୍ୟ ମୁଖ୍ୟ ଭୂମିକାରେ ଦେଖାଯିବେ । 'ସଡକ-2' ଏକ ରୋମାଣ୍ଟିକ କାହାଣୀ ଉପରେ ଆଧାରିତ ।

ସୁଟିଂ ଆରମ୍ଭ କରିବା ଅବସରରେ ଆଦିତ୍ୟ ଫିଲ୍ମ ନିର୍ମାତା ମହେଶ ଭଟ୍ଟଙ୍କ ପାଇଁ ମଜାଦାର କ୍ୟାପସନ ସହ ଏକ ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟରେ ସେ ମହେଶଙ୍କ ସହ ବସିଥିବାର ଦେଖାଯାଉଛନ୍ତି । ଫଟୋଟି ବର୍ତ୍ତମାନ ଖୁବ୍ ଭାଇରାଲ ହେବାରେ ମଧ୍ୟ ଲାଗିଛି । 'ସଡକ-2' ସେଟରୁ ସେୟାର କରିଥିବା ଫଟୋର କ୍ୟାପସନରେ ସେ ଲେଖିଛନ୍ତି, "ରିଙ୍ଗମାଷ୍ଟର ମହେଶ ଭଟ୍ଟଙ୍କ ସହ ଏକ ନୂଆ ଆରମ୍ଭ ।"

ପ୍ରକାଶ ଥାଉକି ଆଦିତ୍ୟଙ୍କ ପୂର୍ବରୁ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଆଲିୟା 'ସଡକ-2'ର ସୁଟିଂ ଆରମ୍ଭ କରିଥିଲେ । ସେ ପ୍ରଥମଥର ପିତା ମହେଶଙ୍କ ସହ କାମ କରିବାକୁ ନେଇ ବହୁତ ନର୍ଭସ ଅଛନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ ।

ଦୀର୍ଘ ସମୟ ପରେ ମହେଶ 'ସଡକ 2' ଜରିଆରେ ନିର୍ଦ୍ଦେଶନା ଦୁନିଆକୁ ଫେରିଛନ୍ତି । 'ସଡକ 2' ଫିଲ୍ମଟି ମହେଶଙ୍କ ନିର୍ଦ୍ଦେଶିତ ତଥା 1991ରେ ଆସିଥିବା ପୂଜା ଓ ସଞ୍ଜୟଙ୍କ ଲଭଷ୍ଟୋରୀ ଫିଲ୍ମ 'ସଡକ'ର ସିକ୍ବେଲ ଫିଲ୍ମ । ସେହି ସମୟରେ ଏହି ରୋମାଣ୍ଟିକ ଥ୍ରିଲର ଫିଲ୍ମ ହିଟ ଗୀତ ସହ ସବୁଠାରୁ ଅଧିକ ଆୟ କରିଥିବା ହିନ୍ଦୀ ଫିଲ୍ମ ସାବ୍ୟସ୍ତ ହୋଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.