ETV Bharat / sitara

ଜେଲ ଯିବେ ଆଦିତ୍ୟ ପାଞ୍ଚୋଲୀ! - ଆଦିତ୍ୟ ପଞ୍ଚୋଲୀ

ଦୁଷ୍କର୍ମ ମାମଲାରେ ଫଶି ଥିବା ଆଦିତ୍ୟଙ୍କ ଆଗାମୀ ଶୁଣାଣି ସେପ୍ଟେମ୍ବର 9ରେ ହେବାକୁ ଯାଉଛି । ଏହାପରେ ତାଙ୍କୁ ଗିରଫ କରାଯିବ କି ନାହିଁ ନିଷ୍ପତ୍ତି ନିଆଯିବ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆଦିତ୍ୟ ପଞ୍ଚୋଲୀ
author img

By

Published : Sep 2, 2019, 8:00 PM IST

ମୁମ୍ବାଇ: ଦୀର୍ଘ ସମୟରୁ ବିବାଦ ଘେରରେ ରହି ଆସୁଥିବା ଅଭିନେତା ଆଦିତ୍ୟ ପଞ୍ଚୋଲୀଙ୍କ ଉପରେ ଲାଗିଥିବା ଦୁଷ୍କର୍ମ ମାମଲାରେ ଆଗାମୀ ଶୁଣାଣି ଚଳିତ ମାସ 9 ତାରିଖରେ ହେବ । ଏ ମାମଲାରେ ତାଙ୍କୁ ଗିରଫ କରାଯିବା କି ନାହିଁ ତାହା ଉପରେ ନିଷ୍ପତ୍ତି ନିଆଯିବ । ମୁମ୍ବାଇର ୱାରସେୱା ଥାନାରେ ଜୁନ 28ରେ ଆଦିତ୍ୟଙ୍କ ବିରୋଧରେ ଦୁଷ୍କର୍ମ ସମେତ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରାରେ ପ୍ରାଥମିକ ଅଭିଯୋଗ ରୁଜୁ କରାଯାଇଥିଲା ।

ଅଭିଯୋଗ ପରେ ସେ ଜାମିନ ପାଇଁ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ତାଙ୍କର ଗିରଫଦାରୀ ଉପରେ ରୋକ ଲଗାଇଥିଲେ କୋର୍ଟ । ନିକଟରେ ଏ ମାମଲାର ଅଭିଯୋଗକାରୀଙ୍କ ଓକିଲ କୋର୍ଟକୁ କହିଥିଲେ କି ତାଙ୍କ ହସ୍ତକ୍ଷେପ ଯାଚିକା ଭୁଲରେ ତାଙ୍କ ଭଉଣୀ ନାମରେ ଦାୟର ହୋଇଯାଇଛି । ଆଉ ସେ ଆବେଦନରେ ସଂଶୋଧନ କରିବାକୁ ଚାହୁଁଛନ୍ତି।

ଏହାପରେ ଅତିରିକ୍ତ ନ୍ୟାୟାଧିଶ ଏଚ.ବି ଗାୟକୱାଡ ଆଗାମୀ ଶୁଣାଣିକୁ ସେପ୍ଟେମ୍ବର 9 ପର୍ଯ୍ୟନ୍ତ ସ୍ଥଗିତ କରି ଦେଇଥିଲେ । ଏହା ପରେ ପାଞ୍ଚୋଲୀଙ୍କୁ ମିଳିଥିଲା ଆଶ୍ବସ୍ତି। ଏବେ ତାଙ୍କ ଉପରେ ଗିରଫଦାରୀର ଖଣ୍ଡା ପୁଣି ଝୁଲିବ । କାରଣ ଅଭିଯୋଗକାରୀ ଅଭିନେତ୍ରୀଙ୍କ ପକ୍ଷରୁ ଆଦିତ୍ୟଙ୍କୁ ଜାମିନ ନଦେବା ପାଇଁ ଅନ୍ୟ ଏକ ଯାଚିକା ଦାୟର କରାଯାଇଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.