ମୁମ୍ବାଇ: କିଛି ଦିନ ପୂର୍ବରୁ ବି-ଟାଉନର କୁଇନ କଙ୍ଗନା ରଣାୱତ ଓ ତାଙ୍କ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କ ଉପରେ ଅଭିଯୋଗ ଆଣିଥିବା ଅଭିନେତା ତଥା ପ୍ରଯୋଜକ ଆଦିତ୍ୟ ପାଞ୍ଚୋଲୀ ଏବେ ବିବାଦ ଘେରରେ । ଆଦିତ୍ୟଙ୍କ ନାମରେ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ଦୁଷ୍କର୍ମ ଅଭିଯୋଗ ରୁଜୁ ହୋଇଛି ।
ଭର୍ସୋଭା ପୋଲିସରେ ତାଙ୍କ ନାମରେ ଆଇପିସି ଧାରା 198/2019,U/s376,384,341,342,323,506 ଅନୁଯାୟୀ ମାମଲା ରୁଜୁ ହୋଇଛି ।
ଆଦିତ୍ୟଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ 10 ବର୍ଷ ପୁରୁଣା । ତଥାପି ପୋଲିସ ମାମଲା ରୁଜୁ କରି ଆଗାମୀ ତଦନ୍ତ ଆରମ୍ଭ କରିଦେଇଛି ।
ଆଦିତ୍ୟଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ପୀଡିତା ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ଅନେକଥର ଆଦିତ୍ୟଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହୋଇଛନ୍ତି । ଆଦିତ୍ୟ ତାଙ୍କୁ ନିଜ ସହ ଜବରଦସ୍ତି ରିଲେସନଶିପରେ ରଖିଥିଲେ । ଆଉ ସବୁବେଳେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ ।
ଏହାପୂର୍ବରୁ ସେ ଆଦିତ୍ୟଙ୍କ ବିରୋଧରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ସେହି ସମୟରେ ଆଦିତ୍ୟଙ୍କୁ କେବଳ ଚେତାବନୀ ଦେଇ ଛାଡି ଦେଇଥିଲା ପୋଲିସ । ମାତ୍ର 17 ବର୍ଷ ବୟସରେ ଆଦିତ୍ୟ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଥିଲେ ।
ପ୍ରକାଶ ଥାଉକି ଆଦିତ୍ୟ ଶେଷଥର 2015ରେ ଆସିଥିବା ସୁପରଡୁପର ହିଟ୍ ଫିଲ୍ମ 'ବାଜିରାଓ ମସ୍ତାନି'ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।