ETV Bharat / sitara

‘ମଲଙ୍ଗ’ ଟ୍ରେଲର: ଆଦିତ୍ୟ ଓ ଦିଶାଙ୍କ ହଟ କେମେଷ୍ଟ୍ରି ନେଉଛି ଜୀବନ

author img

By

Published : Jan 6, 2020, 5:29 PM IST

ଫେବୃଆରୀ 7ରେ ରିଲିଜ ହେବାକୁ ପ୍ରସ୍ତୁତ ଆକ୍ସନ, ରୋମାନ୍ସ ଡ୍ରାମା ଫିଲ୍ମ ‘ମଲଙ୍ଗ’ । ସୋମବାର ରିଲିଜ ହୋଇଯାଇଛି ଫିଲ୍ମର ଦମଦାର ଟ୍ରେଲର । ପୂର୍ବରୁ ଫିଲ୍ମର ସବୁ ଷ୍ଟାରକାଷ୍ଟଙ୍କ ପୋଷ୍ଟର ଜାରି କରିଥିଲେ ମେକର୍ସ ।

malang trailer released
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦିଶା ପାଟନୀ

ମୁମ୍ବାଇ: ଫେମସ ନିର୍ଦ୍ଦେଶକ ମୋହିତ ସୁରୀଙ୍କ ଅପକମିଂ ମଲ୍ଟି ଷ୍ଟାରର ଫିଲ୍ମ ‘ମଲଙ୍ଗ’ର ପୋଷ୍ଟର ଧିରେ ଧିରେ କରି ଜାରି କରିବା ପରେ ଏବେ ମେକର୍ସ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ କରିଛନ୍ତି । ଯାହାକୁ ନେଇ ଦର୍ଶକଙ୍କ ଉତ୍ସାହିତ ଆହୁରି ଦ୍ବି-ଗୁଣ ହୋଇଯାଇଛି । ଦୀର୍ଘ ସମୟରୁ ଫିଲ୍ମର ଟ୍ରେଲର ଦେଖିବାକୁ ଅନାଇ ବସିଥିଲେ ଦର୍ଶକ । ଏହି ମଲ୍ଟିଷ୍ଟାରର ଫିଲ୍ମରେ ଅନିଲ କପୁର, ଆଦିତ୍ୟ ରୟ କପୁର, କୁନାଲ ଖେମୁ ଓ ଦିଶା ପଟାନୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

2 ମିନିଟ 45 ସେକେଣ୍ଡର ଏହି ଦମଦାର ଟ୍ରେଲରରେ ଦେଖିବା ପରେ ଆପଣ ଅନ୍ଦାଜ ଲଗାଇପାରିବେ ଯେ ଫିଲ୍ମରେ ଭରପୁର ଆକ୍ସନ ଓ ରୋମାନ୍ସର ଫେଣ୍ଟାଫେଣ୍ଟି କାହାଣୀ ରହିଛି । ଟ୍ରେଲରରେ ସବୁ ଷ୍ଟାର୍ସ ଜୀବନ ନେବା ବିଷୟରେ କଥା ହେଉଛନ୍ତି । ଆଦିତ୍ୟଙ୍କ ଜୀବନ ନେବା ନିଶା ଥିବା ବେଳେ କୁନାଲ ଜୀବନ ନେବାକୁ ନିଜ ଆବଶ୍ୟକ କହୁଛନ୍ତି । ସେହିପରି ଅନିଲ ଜୀବନ ନେବାର ଅଭ୍ୟସ୍ତ ଥିବା ବେଳେ ଦିଶାଙ୍କ ପାଇଁ ଜୀବନ ନେବା ମଜାକ ଭଳି । ଟ୍ରେଲର ଦେଖି ଜଣାପଡୁଛି ଯେ ଫିଲ୍ମ ଡ୍ରଗ୍ସ ଓ ସିରିୟଲ କିଲିଂ କାହାଣୀକୁ ନେଇ ଆଧାରିତ ।

  • " class="align-text-top noRightClick twitterSection" data="">

ଖାଲି ଏତିକି ନୁହେଁ ଫିଲ୍ମରେ ଆଦିତ୍ୟ ଓ ଦିଶାଙ୍କ ହଟ କେମେଷ୍ଟ୍ରି ଦେଖିବାକୁ ମିଳିବ । ଫିଲ୍ମରେ ଅନିଲ ପୋଲିସ ଅଫିସର ରୋଲରେ ନଜର ଆସିବେ । ଆଉ କୁନାଲ ଫିଲ୍ମରେ ଖଳନାୟକ ସାଜିଛନ୍ତି । ଏହାବ୍ୟତୀତ ଫିଲ୍ମରେ ପାଣି ଭିତରେ ଅନେକ ସିନ ସୁଟ ହୋଇଥିବାର ମଧ୍ୟ ଦେଖିବାକୁ ମିଳୁଛି । ଆସନ୍ତା ଫେବୃଆରୀ 7ରେ ରିଲିଜ ହେବ ଏହି ଚର୍ଚ୍ଚିତ ଫିଲ୍ମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.