ହାଇଦ୍ରାବାଦ: ମହାଶିବରାତ୍ରୀ ଅବସରରେ ଓମ୍ ରାଉତଙ୍କ ନିର୍ଦ୍ଦେଶିତ 'ଆଦିପୁରୁଷ'ର ରିଲିଜ୍ ତାରିଖ ସାମ୍ନାକୁ ଆସିଛି। ଦକ୍ଷିଣ ଅଭିନେତା ପ୍ରଭାସ, ବଲିଉଡ ଅଭିନେତା ସୈଫ ଅଲି ଖାନ, ସନ୍ନି ସିଂ ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର ଆଦିପୁରୁଷର ମୁକ୍ତିଲାଭ ଆସନ୍ତା ବର୍ଷ 2023ରେ ହେବ । ଏହି ଚଳଚ୍ଚିତ୍ରଟି 12 ଜାନୁଆରୀ 2023 ରେ 3D ରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ ଅଗଷ୍ଟ 11 ରେ ମୁକ୍ତିଲାଭ କରିବାର ଥିଲା।
- " class="align-text-top noRightClick twitterSection" data="
">
ଏହି ଚଳଚ୍ଚିତ୍ରରେ ପ୍ରଭାସ ଭଗବାନ ରାମ ଏବଂ କ୍ରିତି ସାନନଙ୍କୁ ମା’ ସୀତା ଭୂମିକାରେ ନଜର ଆସିବେ। ଏଥି ସହିତ ସୋନୁ କି ଟିଟୁ କି ସ୍ବିଟରେ ଟିଟୁ ଭୂମିକାରେ ଅଭିନୟ କରିଥିବା ଅଭିନେତା ସନ୍ନି ସିଂ ଏହି ଫିଲ୍ମରେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିବେ। ଏଥି ସହିତ ବଲିଉଡ ଅଭିନେତା ସୈଫ ଅଲି ଖାନ ଲଙ୍କେଶ ମୁଖ୍ୟ ଭୂମିକା ନଜର ଆସିବେ। ଏହା ଏକ ପିରିୟଡ୍ ଡ୍ରାମା ଫିଲ୍ମ।
ଫିଲ୍ମର ସୁଟିଂ ଗତ ବର୍ଷ ଶେଷ ହୋଇଥିଲା । ଫିଲ୍ମର ସୁଟିଂର ଅନେକ ଫଟୋ ଫିଲ୍ମର ନିର୍ଦ୍ଦେଶକ ଓମ ରାଉତ ସୋସିଆଲ ମିଡିଆରେ ମଧ୍ୟ ସେୟାର କରିଥିଲେ । କୁହାଯାଉଛି ଯେ ଫିଲ୍ମ 'ଆଦିପୁରୁଷ' 20 ହଜାରରୁ ଅଧିକ ପରଦାରେ ଏବଂ 15 ଟି ଭାଷାରେ ସାରା ବିଶ୍ବରେ ମୁକ୍ତିଲାଭ କରିବ। ଫିଲ୍ମର ନିର୍ମାଣ ବଜେଟ୍ ମଧ୍ୟ 400 କୋଟିରେ ପହଞ୍ଚିଛି। ଯଦି ଏହା ଘଟେ, ତେବେ 'ଆଦିପୁରୁଷ' ଭାରତୀୟ ସିନେମାର ପ୍ରଥମ ଚଳଚ୍ଚିତ୍ର ହେବ ।
ଏହା ବି ପଢନ୍ତୁ: Adipurush ରଚିବ ଇତିହାସ: 15ଟି ଭାଷା ଓ 20 ହଜାର ସ୍କ୍ରିନରେ ରିଲିଜ୍ ହେବ ପ୍ରଭାସଙ୍କ ଫିଲ୍ମ
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପ୍ରଭାସ, ସୈଫ ଅଲି ଖାନ, କ୍ରିତି ସାନନ ଏବଂ ସନ୍ନି ସିଂଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ' ଏକ ନୂଆ ରେକର୍ଡ ସୃଷ୍ଟି କରିବାକୁ ଯାଉଛି। ଭାରତୀୟ ଭାଷା ଏବଂ ଇଂରାଜୀ ବ୍ୟତୀତ ଇଣ୍ଡୋନେସିଆ, ଶ୍ରୀଲଙ୍କା, ଜାପାନ ଏବଂ ଚୀନ୍ର ବିଭିନ୍ନ ଭାଷାରେ ଏହି ଚଳଚ୍ଚିତ୍ରକୁ ସାରା ବିଶ୍ବରେ ରିଲିଜ କରିବାକୁ ପ୍ରସ୍ତୁତି ଚାଲିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ