ମୁମ୍ବାଇ: ଅଭିନେତ୍ରୀ ଅଦା ଶର୍ମା ଆଗାମୀ ସମୟରେ 'ଚୁହା ବିଲ୍ଲି' ନାମକ ଏକ ଚଳଚ୍ଚିତ୍ରରେ ନଜର ଆସିବେ । ଯେଉଁଥିରେ ସେ ଡିପ୍ରେସନ୍ ଝିଅ ଭୂମିକାରେ ଅଭିନୟ କରିବେ ।
ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ପ୍ରସାଦ କଦମ ।
- " class="align-text-top noRightClick twitterSection" data="
">
'ଚୁହା ବିଲ୍ଲି' ଫିଲ୍ମ ବିଷୟରେ ଅଦା କହିଛନ୍ତି, ଏହି ଫିଲ୍ମରେ ମୁଁ ଝିଅର ଭୂମିକାରେ ଅଭିନୟ କରିବି । ଏହି ଚରିତ୍ର ମୋତେ ବହୁତ ଆକର୍ଷିତ କରିଥିଲା । ମୁଁ ଏପର୍ଯ୍ୟନ୍ତ କରିଥିବା ସମସ୍ତ କାର୍ଯ୍ୟଠାରୁ ଏହା ପୁରା ଭିନ୍ନ ଅଟେ । ମତେ ବହୁତ ଭଲ ଲାଗିଥିଲା । ଏହି ଚରିତ୍ର କିଛି ସେକେଣ୍ଡରେ ବହୁତ ଉତ୍ସାହିତ ଥିବା ଦର୍ଶାଏ ଏବଂ କିଛି ସେକେଣ୍ଡରେ ବହୁତ ଦୁଃଖୀ ଥିବା ଦର୍ଶାଏ ।