ETV Bharat / sitara

ବିବାହ ପରେ କାମକୁ ଫେରିଲେ ୟାମି-ଆଦିତ୍ୟ

author img

By

Published : Jun 29, 2021, 12:31 PM IST

ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ୟାମି ଓ ଆଦିତ୍ୟ ମୁମ୍ବାଇ ଫେରି ନିଜ ନିଜ କାମ ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟାମି ଗୌତମ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ୟାମି ଗୌତମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ୟାମି ଗୌତମ ନିକଟରେ ‘ଉରି’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରିଥିଲେ । ଏହି ଯୋଡି ଗତ 4 ତାରିଖରେ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରି ସମସ୍ତଙ୍କୁ ବିବାହର ସୂଚନା ଦେଇଥିଲେ । ଏହି ବିବାହ ହିମାଚଳ ପ୍ରଦେଶରେ ହୋଇଥିଲା । ସେହିପରି ଗତ ସପ୍ତାହରେ ୟାମି ଏବଂ ଆଦିତ୍ୟ ମୁମ୍ବାଇ ଫେରିଥିଲେ । ଏବେ ଦୁହେଁ ସେମାନଙ୍କ ପରବର୍ତ୍ତୀ ପ୍ରକଳ୍ପରେ କାମ ଆରମ୍ଭ କରିଛନ୍ତି ।

ୟାମି ନିଜର ଆଗାମୀ ଫିଲ୍ମ ‘ଏ ଥର୍ସଡେ’ର ସୁଟିଂ ପୁଣି ଆରମ୍ଭ କରିବାକୁ ଯାଉଛନ୍ତି । ଯାହାର ପ୍ରଯୋଜନା କରୁଛନ୍ତି ରୋନି ସ୍କ୍ରୁୱାଲା । ସେହିପରି ମୁମ୍ବାଇରେ ୟାମିଙ୍କର 20 ଦିନର ସିଡ୍ୟୁଲ ଅଛି । ଏହି କାର୍ଯ୍ୟସୂଚୀରେ ସେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପୁରା ଫିଲ୍ମର ସୁଟିଂ କରିବେ । ଏହି ଫିଲ୍ମରେ ସେ ଆକ୍ସନ କରୁଥିବାର ନଜର ଆସିବେ ।

ସେହିପରି ‘ଏ ଥର୍ସଡେ’ର ସୁଟିଂ ଶେଷ କଲା ପରେ ଅଭିନେତ୍ରୀ ‘ପିଙ୍କ’ ନିର୍ଦ୍ଦେଶକ ଅନିରୁଦ୍ଧ ରାୟ ଚୌଧୁରୀଙ୍କ ଆଗାମୀ ଫିଲ୍ମର କାମ ଆରମ୍ଭ କରିବେ । ଏହାବ୍ୟତୀତ ୟାମିଙ୍କ ହାତରେ ରୋନି ଓ ଆଦିତ୍ୟଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଯାଉଥିବା ଫିଲ୍ମ ମଧ୍ୟ ଅଛି । ଯେଉଁଥିରେ ସେ ପ୍ରତୀକ ଗାନ୍ଧୀଙ୍କ ସହ ନଜର ଆସିବେ । ଚଳିତ ବର୍ଷ ଶେଷ ଆଡକୁ ଫିଲ୍ମର ସୁଟିଂ ଆରମ୍ଭ କରିବେ ମେକର୍ସ ।

ୟାମିଙ୍କ ବ୍ୟତୀତ ଆଦିତ୍ୟ ମଧ୍ୟ ‘ଦ ଇମ୍ମୋର୍ଟାଲ ଅଶ୍ବଥାମା’ ପ୍ରଯୋଜନା ଉପରେ କାମ ଆରମ୍ଭ କରିଦେଇଛନ୍ତି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ବିକ୍କୀ କୌଶଲ ଓ ସାରା ଅଲ୍ଲୀ ଖାନ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.