ETV Bharat / sitara

ଗୀତ ଗାଇ ପିଲାଙ୍କୁ ଗଣିତ ପଢାଉଛନ୍ତି ବିଦ୍ୟା, ଭାଇରାଲ ଭିଡିଓ - 31 ତାରିଖରେ ଆମଜାନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ପ୍ରସ୍ତୁତ ଚର୍ଚ୍ଚିତ ଫିଲ୍ମ ‘ଶକୁନ୍ତଳା ଦେବୀ’

ଏମାସ 31 ତାରିଖରେ ଆମଜାନ ପ୍ରାଇମ ଭିଡିଓରେ ରିଲିଜ ହେବାକୁ ପ୍ରସ୍ତୁତ ଚର୍ଚ୍ଚିତ ଫିଲ୍ମ ‘ଶକୁନ୍ତଳା ଦେବୀ’। ଏବେ ଦେଖନ୍ତୁ ଫିଲ୍ମର ପ୍ରଥମ ଗୀତ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିଦ୍ୟା ବାଲନ
author img

By

Published : Jul 21, 2020, 5:42 PM IST

ମୁମ୍ବାଇ: ବିଦ୍ୟା ବାଲନଙ୍କ ଅପକମିଂ ଫିଲ୍ମ ‘ଶକୁନ୍ତଳା ଦେବୀ’ ଦେଖିବାକୁ ଏକ୍ଟାଇଡେଟ ଦର୍ଶକ। ନିକଟରେ ଏହି ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ କରାଯାଇଥିଲା । ଯାହା ଦର୍ଶକଙ୍କ ମନ କିଣିଥିଲା । ଆଉ ଏବେ ଏବେ ଫିଲ୍ମର ପ୍ରଥମ ଗୀତ ରିଲିଜ ହୋଇଯାଇଛି । ଫିଲ୍ମର ଗୀତ ‘ପାସ ନେହିଁ ତୋ ଫେଲ ନେହିଁ’ରେ ପିଲାଙ୍କ ସହ ମସ୍ତି କରୁଥିବାର ନଜର ଆସୁଛନ୍ତି ବିଦ୍ୟା। ସେହିପରି ଗୀତଟିକୁ ଗାଇଛନ୍ତି ଲୋକପ୍ରିୟ ଗାୟିକା ସୁନିଧି ଚୌହାନ । ଆଉ ଗୀତର ଲିରିକ୍ସ ଲେଖିଛନ୍ତି ବାୟୁ।

2 ମିନିଟ 27 ସେକେଣ୍ଡର ଏହି ଗୀତରେ ବିଦ୍ୟା ସଙ୍ଗୀତ ସହ ପିଲାଙ୍କୁ ଗଣିତ ପଢାଉଛନ୍ତି । ପ୍ରକାଶ ଥାଉକି ହ୍ୟୁମାନ କମ୍ପ୍ୟୁଟର ଶକୁନ୍ତଳା ଦେବୀଙ୍କ ଜୀବନ ଉପରେ ଆଧାରିତ ଏହି ଫିଲ୍ମ। ଯେଉଁଥିରେ ଶକୁନ୍ତଳା ଦେବୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ବିଦ୍ୟା।

  • " class="align-text-top noRightClick twitterSection" data="">

ଫିଲ୍ମରେ ବିଦ୍ୟାଙ୍କ ଝିଅ ଭୂମିକାରେ ନଜର ଆସିବେ ଦଙ୍ଗଲ ଗାର୍ଲ ସନୟା ମଲହୋତ୍ରା । ସେହିପରି ଜୀଶୁ ସେନଗୁପ୍ତା ଓ ଅମିତ ସାଧ ମଧ୍ୟ ଫିଲ୍ମରେ ଦେଖାଯିବେ। ଅନୁ ମେନନଙ୍କ ନିର୍ଦ୍ଦେଶନାରେ ନିର୍ଦ୍ଦେଶିତ ‘ଶକୁନ୍ତଳା ଦେବି’ ଏମାସ 31 ତାରିଖରେ ଆମାଜନ ପ୍ରାଇମରେ ରିଲିଜ ହେବାକୁ ଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.