ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ବାଣୀ କପୁର ଏଥର ପରଦାରେ ଟ୍ୟାଲେଣ୍ଟେଡ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ସହ ରୋମାନ୍ସ କରିବେ । ସେ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଆଗାମୀ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ର ସୁଟିଂ ପାଇଁ ବର୍ତ୍ତମାନ ଚଣ୍ଡିଗଡରେ ଅଛନ୍ତି । ଆଉ ଏବେ ନିଜର ସକାଳ ସେଲ୍ଫି ଦ୍ବାରା ଫ୍ୟାନ୍ସଙ୍କ ହୋସ ଉଡାଇଛନ୍ତି । ଭାଇରାଲ ହେଉଛି ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟ ।
‘ବେଫିକରେ’ ଅଭିନେତ୍ରୀ ଇନଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ସକାଳ ଦିନର ଏକ ଅସୁବିଧା ସମୟରେ ଆସେ ।’ ଦେଖନ୍ତୁ ଫଟୋ..
- " class="align-text-top noRightClick twitterSection" data="
">
ଯଦି ‘ଚଣ୍ଡିଗଡ କରେ ଆଶିକୀ’ ଫିଲ୍ମ ବିଷୟରେ କଥା ହେବା ତାହାଲେ ବାଣୀ ନିଜ ଫିଲ୍ମ କ୍ୟାରିୟରରେ ପ୍ରଥମଥର ଆୟୁଷ୍ମାନଙ୍କ ସହ କାମ କରିବାକୁ ଯାଉଛନ୍ତି । ଯାହାକୁ ନେଇ ସେ ଏକ୍ସାଇଟେଡ ଅଛନ୍ତି ବୋଲି ନିକଟରେ କହିଥିଲେ । ଏହାବ୍ୟତୀତ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଚର୍ଚ୍ଚିତ ଫିଲ୍ମ ‘ବେଲ ବଟମ’ରେ ମଧ୍ୟ ନଜର ଆସିବେ । ଅକ୍ଷୟଙ୍କ ସହ କାମ କରିବା ଅନୁଭୂତି ମଧ୍ୟ ସେ ସେୟାର କରିସାରିଛନ୍ତି ।