ETV Bharat / sitara

‘ମହିଳାଙ୍କ କାହାଣୀ ଥିବା ଅଧିକ ଫିଲ୍ମରେ କାମ କରିବାକୁ ଇଚ୍ଛା’ - ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ର ସୁଟିଂ

ନିଜ କ୍ୟାରିୟର ଏବଂ ଏହି ପିଢି ବିଷୟରେ ଆଲୋଚନା କରିବା ସହ ନିଜ ମନ କଥା କହି ଚର୍ଚ୍ଚାରେ ବାଣୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Feb 9, 2021, 9:27 AM IST

ମୁମ୍ବାଇ: ଅଭିନେତ୍ରୀ ବାଣୀ କପୁର ଗତ ବର୍ଷ ନଭେମ୍ବରରେ ନିଜର ଆଗାମୀ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ର ସୁଟିଂ ଆରମ୍ଭ କରିଥିଲେ । ଫେମସ ନିର୍ଦ୍ଦେଶକ ଲଭ ରଞ୍ଜନଙ୍କ ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମରେ ବାଣୀଙ୍କ ସହ ରୋମାନ୍ସ କରିବେ ଆୟୁଷ୍ମାନ ଖୁରାନା । ଏହି ଯୋଡି ପ୍ରଥମଥର ଏକାଠି କାମ କରିବାକୁ ନେଇ ଉତ୍ସାହିତ ଅଛନ୍ତି । ଇତିମଧ୍ୟରେ ବାଣୀ ନିଜ ମନ କଥା ସମସ୍ତଙ୍କୁ ଜଣାଇଛନ୍ତି।

ଯେଉଁଥିରେ ସେ କହିଛନ୍ତି, ‘ମହିଳା ରୂପେ ମୁଁ ଚାହୁଁଛି ଅନେକ ଫିଲ୍ମ କରିବାକୁ । ଯାହା ମହିଳାଙ୍କ କଥାକୁ ପାଳନ କରେ, ସେମାନଙ୍କ ଜୀବନ ଏବଂ ସେମାନଙ୍କର ନିଷ୍ପତ୍ତିକୁ ପ୍ରାଧାନ୍ୟ ଦିଏ । ମୁଁ ଭାଗ୍ୟବାନ ଯେ ମୋର ସ୍ବଳ୍ପ କ୍ୟାରିୟ ସମୟ ମଧ୍ୟରେ, ମୁଁ ଶୁଦ୍ଧ ଦେଶୀ ରୋମାନ୍ସ, ବେଫିକ୍ରେ ଏବଂ ୱାର ପରି ଫିଲ୍ମ ପାଇଛି । ଯାହା ଜଣେ ମହିଳା ହେବାର କିଛି ଉଜ୍ଜଳ ଦିଗକୁ ଆଲୋକିତ କରିଛି । ମହିଳା କିପରି ମୁକ୍ତ ଆତ୍ମା, ଉଚ୍ଚାଭିଳାଷୀ, ସ୍ଥିର ଏବଂ ଶକ୍ତିଶାଳୀ ବୋଲି ନିର୍ମାତା ଯେଉଁଥିରେ ଦର୍ଶାଇଥିଲେ ।

ଏହି ଯୁଗ ବିଷୟରେ ଆଲୋଚନା କରି ସେ ଆହୁରି କହିଛନ୍ତି, ‘ସୌଭାଗ୍ୟବଶତଃ ଯେ ଆଜି ଆମେ ଏକ ପିଢିର ଅଂଶ ଅଟୁ । ଯାହା ଅତ୍ୟଧିକ ଚିନ୍ତାଧାରା ରଖିବା ସହ ମହିଳା ପ୍ରାଧାନ୍ୟ ଫିଲ୍ମ ଦେଖିବାକୁ ଚାହାଁନ୍ତି । ଯେଉଁଠାରେ ଜଣେ ମହିଳାଙ୍କୁ ଫୁଲ ଭଳି ବ୍ୟବହାର କରାଯାଏ ନାହିଁ। ମୁଁ ଏହି ଯୁଗରେ କାମ କରିଥିବାରୁ କୃତଜ୍ଞ ଅଛି । ଯେଉଁଠାରେ ଲୋକେ ମହିଳାଙ୍କ ସୌନ୍ଦର୍ଯ୍ୟ ବ୍ୟତୀତ ତାଙ୍କ ଭୂମିକାକୁ ଦେଖିବାକୁ ଅଧିକ ପସନ୍ଦ କରନ୍ତି।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.