ETV Bharat / sitara

ବାଣୀଙ୍କ କାମକୁ ପସନ୍ଦ କରୁଛନ୍ତି ଅଭିଷେକ, ପ୍ରଂଶସାରେ ଅଭିନେତ୍ରୀ

ଅଭିଷେକଙ୍କ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ର ସୁଟିଂରେ ବ୍ୟସ୍ତ ଥିବା ବାଣୀ ବର୍ତ୍ତମାନ ଫିଲ୍ମ ବିଷୟରେ ଆଲୋଚନା କରିଛନ୍ତି । ଆଉ ନିର୍ଦ୍ଦେଶକଙ୍କ ପ୍ରଶଂସା କରି ଜଣାଇଛନ୍ତି ମନ କଥା । ଅଧିକ ପଢନ୍ତୁ...

author img

By

Published : Dec 3, 2020, 1:29 PM IST

ଫଟୋ ସୌଜନ୍ୟ: ଆଇଏଏନଏସ
ଫଟୋ ସୌଜନ୍ୟ: ଆଇଏଏନଏସ

ମୁମ୍ବାଇ: ସେକ୍ସୀ ଅଭିନେତ୍ରୀ ବାଣୀ କପୁର ଏଥର ଟ୍ୟାଲେଣ୍ଟେଡ ଆକ୍ଟର ଆୟୁଷ୍ମାନ ଖୁରାନାଙ୍କ ସହ ରୋମାନ୍ସ କରିବେ । ସେ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଆଗାମୀ ଫିଲ୍ମ ‘ଚଣ୍ଡିଗଡ କରେ ଆଶିକୀ’ରେ ନଜର ଆସିବେ । ବର୍ତ୍ତମାନ ଫିଲ୍ମର ସୁଟିଂ ଚଣ୍ଡିଗଡରେ କରୁଛନ୍ତି ଷ୍ଟାର୍ସ । ଇତିମଧ୍ୟରେ ଅଭିଷେକଙ୍କ ନିର୍ଦ୍ଦେଶନାରେ ଅଭିନୟ କରିବା ବିଷୟରେ ଆଲୋଚନା କରିଛନ୍ତି ବାଣୀ । ଆଉ ତାଙ୍କ ପ୍ରଶଂସା କରିବାରେ ଥକୁନାହାଁନ୍ତି ସେ ।

‘ପରଦାରେ ଏହି ସୁନ୍ଦର ଚରିତ୍ରକୁ ଜୀବନ୍ତ କରିବା ପାଇଁ ମୁଁ ଯାହା କରୁଛି ତାହା ମୋର ନିର୍ଦ୍ଦେଶକ ଭଲପାଉଛନ୍ତି । ଅଭିଷେକ କପୁର ପ୍ରକୃତରେ ମୋତେ ଜଣେ କଳାକାର ଭାବରେ ସମର୍ଥନ କରିଛନ୍ତି ଏବଂ ଫିଲ୍ମର ଭୂମିକା ପାଇଁ ତାଙ୍କର ଦୃଷ୍ଟିକୋଣରୁ ମୋତେ ବିଶ୍ବାସ କରିଛନ୍ତି । ମୁଁ ସେହି ବିଶ୍ବାସକୁ ନ୍ୟାୟ ଦେଇ ଆନନ୍ଦିତ ହେବି । ଚଣ୍ଡିଗଡ କରେ ଆଶିକୀ ମୋ ପାଇଁ ଏକ ସ୍ପେଶାଲ ଫିଲ୍ମ ଏବଂ ମୁଁ ମୋର ଭୂମିକାକୁ ଭଲ କରିବାକୁ ହୃଦୟ ଚେଷ୍ଟା କରିଛି । ଯେତେବେଳେ ମୁଁ ସ୍କ୍ରିପ୍ଟ ପଢିଥିଲି ଆଶ୍ଚର୍ଯ୍ୟ ହୋଇଯାଇଥିଲି । ମୁଁ ଭାବୁଛି ଯେ ଫିଲ୍ମର ସୁଟିଂ ଶେଷ କରିବା ପରେ ମଧ୍ୟ ମୋ ମନରେ ଏକ ଅଂଶ ପରି ସର୍ବଦା ରହିବ’ ବୋଲି କହିଛନ୍ତି ବାଣୀ ।

ପ୍ରକାଶ ଥାଉକି ବାଣୀ ଓ ଆୟୁଷ୍ମାନ ପ୍ରଥମଥର ଏକାଠି କାମ କରୁଛନ୍ତି । ଯାହାକୁ ନେଇ ଏକ୍ସାଇଟେଡ ଦୁଇ ଷ୍ଟାର । ସେପଟେ ଫ୍ୟାନ୍ସଙ୍କ ମଧ୍ୟ ଦୁଇଜଣଙ୍କୁ ପରଦାରେ ଦେଖିବାକୁ ବ୍ୟାକୁଳ । ଏହି ରୋମାଣ୍ଟିକ ଡ୍ରାମା ଫିଲ୍ମ ଆସନ୍ତା ବର୍ଷ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.