ମୁମ୍ବାଇ: ନିର୍ମାଣ ହେଉଥିବା ସୁନ୍ଦିରୀ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କ ଅପକମିଂ ତେଲୁଗୁ ଫିଲ୍ମ ‘ସିଟିମାର’ର ନୂଆ ପୋଷ୍ଟର ଜାରି ହୋଇଯାଇଛି । ସୋମବାର ମେକର୍ସ ତମନ୍ନାଙ୍କ 30ତମ ଜନ୍ମଦିନରେ ଏହି ସ୍ପେଶାଲ ସରପ୍ରାଇଜ ତାଙ୍କ ଫ୍ୟାନ୍ସଙ୍କୁ ଦେଇଛନ୍ତି । ପୋଷ୍ଟରରେ ସେ ଜଣେ ଖେଳାଳି ଭୂମିକାରେ ଦେଖାଯାଉଛନ୍ତି । ଆଉ ସେ ଜୱାଲା ରେଡ୍ଡି ଭୂମିକାରେ ପ୍ରଥମଥର ସ୍ପୋର୍ଟ୍ସ ଡ୍ରାମା ଫିଲ୍ମରେ ଅଭିନୟ କରୁଛନ୍ତି । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ସେପଟେ ଫ୍ୟାନ୍ସ ତାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ତାଙ୍କୁ ଶଭେଚ୍ଛା ଦେବାରେ ଲାଗିଛନ୍ତି ।
ହିନ୍ଦୀ ସିନେମାନରେ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ତମନ୍ନା ସାଉଥ ଫିଲ୍ମରେ ପଦାର୍ପଣ କରିଥିଲେ । ଆଉ ତାଙ୍କ ଶାନଦାର ଅଭିନୟ ଦ୍ବାରା ଆଜି ସେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାଜିଛନ୍ତି । ଫ୍ୟାନ୍ସ ତାଙ୍କୁ ‘ମିଲକ୍’ କହି ଡାକନ୍ତି । କାରଣ ସେ ଏମିତି ଅଭିନେତ୍ରୀ ଯିଏ ସବୁଠୁ ଅଧିକ ଗୋରା ଅଭିନେତ୍ରୀ ରୂପେ ଚର୍ଚ୍ଚିତ । ଏଥିପାଇଁ ତାଙ୍କୁ ‘ମିଲକ୍’ କୁହାଯାଏ ।
1989 ଡିସେମ୍ବର 21ରେ ମୁମ୍ବାଇରେ ଜନ୍ମ ହୋଇଥିଲେ ତମନ୍ନା । ତାଙ୍କ ପିତା ଜଣେ ହିରା ବିଜନେସମ୍ୟାନ । ମାତ୍ର 13 ବର୍ଷ ବୟସରୁ କ୍ୟାରିୟର ଆରମ୍ଭ କରିଥିଲେ ତମନ୍ନା । କିଛି ଦିନ ଥିୟଟରରେ କାମ କରିବା ପରେ ପ୍ରଥମଥର ତାଙ୍କୁ ଗାୟକ ଅଭିଜୀତ ସାୱନ୍ତଙ୍କ ପ୍ରଥମ ଗୀତ ‘ଲଫ୍ଜୋଁ ମେଁ’ ମ୍ୟୁଜିକରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା ।