ETV Bharat / sitara

ତାପସୀଙ୍କ କ୍ରିକେଟ ସଟ୍‌ ଦେଖି ଆଶ୍ଚର୍ଯ୍ୟ ଅନୁଭବ - shabaash mithu filmm news

ଭାଇରାଲ ହେଲା ତାପସୀଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । କ୍ରିକେଟ ସଟ୍ ମାରିଲେ ଅଭିନେତ୍ରୀ । କମେଣ୍ଟ କଲେ ନିର୍ମାତା ଅନୁଭବ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ତାପସୀ ପନ୍ନୁ
author img

By

Published : Mar 31, 2021, 10:58 AM IST

ମୁମ୍ବାଇ: ଏବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ଫେରିବେ ତାପସୀ ପନ୍ନୁ । ଏହି କ୍ରମାରେ ସାମିଲ ଅଛି ତାଙ୍କ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ସାବାସ୍ ମିଥୁ’। ଯାହା ଭାରତୀୟ କ୍ରିକେଟର ମିତାଲି ରାଜଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ । ଫିଲ୍ମରେ କ୍ରିକେଟର ସାଜିଥିବା ତାପସୀ ଇତିମଧ୍ୟରେ ଏମିତି ଏକ ସଟ୍ ମାରିଛନ୍ତି । ଯାହା ଉପରେ କମେଣ୍ଟ କରି ଚର୍ଚ୍ଚାରେ ନିର୍ମାତା ଅନୁଭବ ସିହ୍ନା ।

ମଙ୍ଗଳବାର ତାପସୀ କ୍ରିକେଟ ପ୍ରାକ୍ଟିସ୍ କରୁଥିବାର ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଯେଉଁଥିରେ ସେ ଏକ ସଟ୍ ଖେଳୁଥିବାର ନଜର ଆସୁଛନ୍ତି । ଆଉ ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ଡାଉନ ଦ ଲାଇନ ।’

ସେପଟେ ଅନୁଭବ କମେଣ୍ଟ କରି ଲେଖିଛନ୍ତି, ‘ଏବେ କଣ ଇଣ୍ଡିଆ ଖେଳିବ । ତାଙ୍କ ଏପରି କମେଣ୍ଟରେ ପ୍ରତିକ୍ରିୟା ଦେଇ ତାପସୀ ଲେଖିଛନ୍ତି, ‘ସାର୍ ଇଣ୍ଡିଆ ତ କେବେଠୁ ଖେଳୁଛି । କେବଳ କ୍ଷେତ୍ର ଭିନ୍ନ ।’

ପ୍ରକାଶ ଥାଉକି ‘ସାବାସ୍ ମିଥୁ’ର କାହାଣୀ ପ୍ରିୟା ଅୱାନଙ୍କ ଦ୍ବାରା ଲେଖାଯାଇଥିବା ବେଳେ ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ରାହୁଲ ଢୋଲକିୟା । ସେହିପରି ଫିଲ୍ମର ନିର୍ମାଣ ବୟକମ 18 ଷ୍ଟୁଡିଓ ଦ୍ବାରା କରାଯାଉଛି । ଏହାବ୍ୟତୀତ ତାପସୀ ଫିଲ୍ମ ‘ହସୀନ ଦିଲରୁବା’, ‘ରଶ୍ମି ରକେଟ’, ‘ଦୋବାରା’, ‘ଲୁପ୍ ଲପେଟା’ ଭଳି ଫିଲ୍ମରେ ନଜର ଆସିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.