ମୁମ୍ବାଇ: ଚୁଲବୁଲି ଅଭିନେତ୍ରୀ ତାପସୀ ପନ୍ନୁ ନିକଟରେ ନିଜ ଆଗାମୀ ଫିଲ୍ମ ‘ରଶ୍ମୀ ରକେଟ’ର ସୁଟିଂ ଆରମ୍ଭ କରିଥିଲେ । ଫିଲ୍ମରେ ସେ ଆଥଲେଟିକ ଭୂମିକାରେ ନଜର ଆସିବେ । ସେହିପରି ନିକଟରେ ସେ ଆକ୍ସନ, ଥ୍ରିଲର ଫିଲ୍ମ ‘ହସୀନ ଦିଲରୁବା’ର ସୁଟିଂ ଶେଷ କରିଥିଲେ । ଏହାବ୍ୟତୀତ ସେ ଆଉ ଏକ ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ସାବାସ୍ ମିଠୁ’ ନେଇ ଫେରିବେ । ଏହି ଫିଲ୍ମ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜଙ୍କ ବାୟୋପିକ ।
ଫିଲ୍ମ ପାଇଁ କଠିନ ପରିଶ୍ରମ କରୁଥିବା ତାପସୀ ସେୟାର କରିଛନ୍ତି କିଛି କଥା । ନିଜ ଭୂମିକାକୁ ଫିଲ୍ମରେ ବାସ୍ତବ କରିବା ପାଇଁ ସେ ପାଖାପାଖି ତିନି ମାସ କ୍ରିକେଟ ଟ୍ରେନିଂ ନେଇଥିଲେ । ଫିଲ୍ମ ସୁଟିଂ ହେବା ପର୍ଯ୍ୟନ୍ତ ସେ ନିଜର ଏହି ପ୍ରାକ୍ଟିସ ଜାରି ରଖିବେ ବୋଲି କହିଛନ୍ତି । ଏମିତି ପ୍ରଥମଥର ହୋଇନାହିଁ ଯେବେ ତାପସୀଙ୍କୁ ଖେଳାଳି ଭୂମିକାରେ ପରଦାରେ ଦେଖିବାକୁ ମିଳିବ । ସେ ପୂର୍ବରୁ ମଧ୍ୟ ଅନେକ ଫିଲ୍ମରେ ଖେଳାଳୀ ଭୂୂମିକାରେ ନଜର ଆସିଛନ୍ତି ।
ପ୍ରକାଶ ଥାଉକି ନିକଟରେ ଭଉଣୀ ଓ ବୟଫ୍ରେଣ୍ଡ ସହ ଛୁଟି କାଟିବାକୁ ମାଳଦ୍ବୀପ ଯାଇଥିଲେ ସେ । ଆଉ ଅନେକ ଫଟୋ, ଭିଡିଓ ପୋଷ୍ଟ କରି ଫ୍ୟାନ୍ସଙ୍କ ମଧ୍ୟ ଖୁବ୍ ମନୋରଞ୍ଜନ କରୁଥିଲେ ।