ମୁମ୍ବାଇ: ନିକଟରେ ଆୟକର ବିଭାଗର ଚଢାଉ ତାପସୀ ପନ୍ନୁଙ୍କ ଘରେ ହୋଇଥିଲା । ଅଭିନେତ୍ରୀ ମୌନ ବ୍ରତ ଭାଙ୍ଗିବା ପରେ ଏବେ ଆଇଟିର ଚଢାଉ ଉପରେ ବାପା-ମା'ଙ୍କ ପ୍ରତିକ୍ରିୟା ବିଷୟରେ ଜଣାଇଛନ୍ତି । ଦେଇଥିବା ଏକ ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ ସେ ଏବଂ ତାଙ୍କ ପିତାମାତା ପରସ୍ପରକୁ ପଚାରୁଛନ୍ତି ଯେ ସେମାନେ ଠିକ୍ ଅଛନ୍ତି କି ନାହିଁ ?
ସେ ଆହୁରି କହିଥିଲେ, ‘ମୁଁ କିଛି ଦିନ ପାଇଁ ଉପଲବ୍ଧ ନଥିଲି, କିନ୍ତୁ ସେହି ସମୟରେ ମୁଁ ବହୁତ ଭଲ ଥିଲି। ମୋ ପରିବାର ମଧ୍ୟ ଠିକ୍ ଅଛନ୍ତି। ସେମାନେ ମୋତେ ମଧ୍ୟ ସମାନ ପ୍ରଶ୍ନ ପଚାରୁଛନ୍ତି, ତୁମେ ଭଲ କି? ଏବଂ ଏହାର ପ୍ରତିବଦଳରେ ମୁଁ ମଧ୍ୟ ସମାନ କଥା ପଚାରୁଛି । ଯେପରି ଆମେ ଜାଣୁ ଯେ କିଛି ଘଟିଛି, କିନ୍ତୁ ଆମେ ଜାଣୁ ନାହିଁ ଏହି ପରିସ୍ଥିତିରେ କିପରି ଅନୁଭବ କରିବୁ । କାରଣ ଆମେ ସମସ୍ତେ ଠିକ୍ ଅଛୁ ।’
ପ୍ରକାଶ ଥାଉକି ତାପସୀଙ୍କ ବ୍ୟତୀତ ନିର୍ମାତା ଅନୁରାଗ କଶ୍ୟପ ଓ ନିର୍ଦ୍ଦେଶକ ବିକାଶ ବହଲଙ୍କ ଘରେ ମଧ୍ୟ ସର୍ଚ୍ଚ ଅପରେସନ କରିଥିଲା ଆଇଟି । ଟିକସ୍ ଫାଙ୍କିବା ଅଭିଯୋଗରେ ଚଢାଇ କରାଯାଇଥିଲା ।