ମୁମ୍ବାଇ: ସୋସିଆଲ ମିଡିଆରେ ସେଲିବ୍ରିଟିଙ୍କୁ ଟ୍ରୋଲ କରାଯିବା ଆଜିକା ସମୟରେ ଟ୍ରୋଲର୍ସଙ୍କ ପାଇଁ ସହଜ କଥା । କିଛି ସେଲିବ୍ରିଟି ଏହି ଟ୍ରୋଲର୍ସଙ୍କୁ ଅଣଦେଖା କରୁଥିବା ବେଳେ ଆଉ କିଛି ଟ୍ରୋଲ ହେବା ଦ୍ବାରା ଦୁଃଖ ନଜର ଆସୁଛନ୍ତି । ହେଲେ ଏହାକୁ ଖାତିରି କରନ୍ତିନି ‘ରଶ୍ମୀ ରକେଟ’ ଅଭିନେତ୍ରୀ ତାପସୀ ପନ୍ନୁ କିନ୍ତୁ ତାଙ୍କ ପରିବାର ଲୋକଙ୍କ ଉପରେ ଏହାର ପ୍ରଭାବ ପଡୁଛି ବୋଲି ଜଣାଇଛନ୍ତି ।
ତାଙ୍କ ଅନୁଯାୟୀ, ‘ବର୍ତ୍ତମାନ ସମସୟରେ ସୋସିଆଲ ମିଡିଆ ବିଷାକ୍ତ ହୋଇଗଲାଣି । ସୋସିଆଲ ମିଡିଆ ସମସ୍ତଙ୍କୁ ଏକ ନିର୍ଦ୍ଦିଷ୍ଟ ଶକ୍ତି ଦେଇଥାଏ ଯାହା ସମସ୍ତେ ସମ୍ବେଦନଶୀଳ ଭାବରେ ପରିଚାଳନା କରିବାକୁ ସଜ୍ଜିତ ନୁହଁନ୍ତି । ଅନେକ ଲୋକ ଏହାକୁ ଭୁଲ ଉପାୟରେ ବ୍ୟବହାର କରୁଛନ୍ତି । ଭାଷାର ସ୍ବାଧୀନତାର ଅପବ୍ୟବହାର ମଧ୍ୟ କରାଯାଉଛି। ମୁଁ ଅନେକ ଥର ଟ୍ରୋଲର୍ସଙ୍କ କମେଣ୍ଟରେ ଉତ୍ତେଜିତ ହୁଏନାହିଁ । ସବୁବେଳେ ଏପରି ନକାରାତ୍ମାକ ଜିନିଷ ବିସ୍ତାର କରୁଥିବା ଲୋକଙ୍କୁ ମୁଁ ଅଣଦେଖା ମଧ୍ୟ କରିଦିଏ । ହେଲେ ମୋ ପରିବାର ନକାରାତ୍ମକତା କଥା ଦ୍ବାରା ପ୍ରଭାବିତ ହୁଏନ୍ତି । କାରଣ ସେମାନେ ଏଥିରେ ଅଭ୍ୟସ୍ତ ନୁହଁନ୍ତି। କାରଣ ସେମାନେ ମନୋରଞ୍ଜନ ଶିଳ୍ପର ଅଂଶ ନୁହଁନ୍ତି । ଏଥିପାଇଁ ତାଙ୍କୁ ଏସବୁ ଜିନିଷ ଖରାପ ଲାଗେ । କିନ୍ତୁ ମୁଁ ଟ୍ରୋଲର୍ସଙ୍କ କମେଣ୍ଟରେ ବହୁତ ହସେ ।’
ଏହାବ୍ୟତୀତ ତାପସୀଙ୍କ ଆଗାମୀ ଫିଲ୍ମ ‘ଲୁପ୍ ଲପେଟା’ର ଫାଷ୍ଟଲୁକ ପୋଷ୍ଟର ମଙ୍ଗଳବାର ଜାରି କରିଥିଲେ ମେକର୍ସ । ଯାହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ଆକାଶ ଭାଟ୍ଟିଆ ।