ମୁମ୍ବାଇ: ଚୁଲବୁଲି ଆକ୍ଟର ତାପସୀ ପନ୍ନୁ କାମରୁ ଫୁରସତ୍ ପାଇଁ ଏବେ ବିଦେଶରେ ଏନଜୟ କରୁଥିବାର ନଜର ଆସୁଛନ୍ତି । ସେ ନିଜ ବନ୍ଧୁଙ୍କ ସହ ଏବେ ଋଷିଆରେ ସମୟ ବିତାଉଛନ୍ତି । ଏହାସହ ସେ ସୋସିଆଲ ମିଡିଆରେ ନିଜର ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ମଧ୍ୟ ମନୋରଞ୍ଜନ କରୁଥିବାର ନଜର ଆସୁଛନ୍ତି ।
ଭାଇରାଲ ହେଉଛି ତାଙ୍କ ଋଷିଆ ଫଟୋ । ହେଲେ ମୁଖ୍ୟ କଥା ହେଲା ଯେ ବିଦେଶରେ ଭାରତୀୟ ନାରୀ ବେଶ୍ରେ ବୁଲାବୁଲି କରୁଥିବାର ଦେଖାଯାଉଛନ୍ତି ସେ । ଯାହାର କିଛି ଫଟୋ ସେ ଇନଷ୍ଟାଗ୍ରାମ ଷ୍ଟୋରିରେ ସେୟାର କରିଛନ୍ତି ।
ସେହିପରି ଭାଇରାଲ ହେଉଥିବା ଫଟୋରେ ଦେଖିବାକୁ ମିଳୁଛି ତାପସୀ ବ୍ଲୁ ଏବଂ ହଳଦିଆ ଶାଢୀ ପିନ୍ଧିଥିବାର । ଏହାସହ ସେ ସ୍ପେର୍ଟ୍ସ ହ୍ବାଇଟ ସ୍ନିକର କ୍ୟାରି କରିଛନ୍ତି । ଦେଖନ୍ତୁ ଫଟୋ...
ଏଥର ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାରେ ନଜର ଆସିବେ । ଏହି କ୍ରମରେ ସାମିଲ ଅଛି ‘ହସୀନ ଦିଲରୁବା’, ‘ରଶ୍ମୀ ରକେଟ’, ‘ଲୁପ୍ ଲପେଟା’, ‘ସାବାସ୍ ମିଥୁ’ । ନିକଟରେ ହସୀନ ଦିଲରୁବାର ଜବରଦସ୍ତ ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଖୁବ୍ ପସନ୍ଦ କରିଛନ୍ତି ଦର୍ଶକ ।