ETV Bharat / sitara

ସୁସ୍ମିତାଙ୍କ ପ୍ରଥମ ୱେବ ସିରିଜ ପ୍ରିମିୟର

author img

By

Published : Jun 1, 2020, 7:23 PM IST

ସୁସ୍ମିତା ସେନଙ୍କୁ ପରଦାରେ ଦେଖିବା ପାଇଁ ଦର୍ଶକଙ୍କୁ ଆଉ ଗୋଟିଏ ମାସ ଅପେକ୍ଷା କରିବାକୁ ପଡିବ । ସେ ନିଜର ଡେବ୍ୟୁ ସିରିଜ ‘ଆର୍ଯ୍ୟ’ ନେଇ ଫେରିବାକୁ ଯାଉଛନ୍ତି ।

ଫଟୋ ସୌଜନ୍ୟ: ସୁସ୍ମିତି ସେନ
ଫଟୋ ସୌଜନ୍ୟ: ସୁସ୍ମିତି ସେନ

ମୁମ୍ବାଇ: ସୁନ୍ଦରୀ ଅଭିନେତ୍ରୀ ସୁସ୍ମିତା ସେନ ଏବେ ଡିଜିଟାଲ ଦୁନିଆରେ ପଦାର୍ପଣ କରିବାକୁ ଯାଉଛନ୍ତି । ଦୀର୍ଘ ସମୟରୁ ତାଙ୍କ ଡେବ୍ୟୁ ସିରିଜ ‘ଆର୍ଯ୍ୟା’କୁ ନେଇ ଏକ୍ସାଇଟେଡ ଫ୍ୟାନ୍ସ । ହେଲେ ଇତି ମଧ୍ୟରେ ସାମ୍ନାକୁ ଆସିଛି ଏକ ନୈରାଶ୍ୟଜନକ ଖବର । ଏହି ସିରିଜ ଦେଖିବା ପାଇଁ ଫ୍ୟାନ୍ସଙ୍କୁ ଆଉ କିଛି ଦିନ ଅପେକ୍ଷା କରିବାକୁ ପଡିବ । କାରଣ ଲକଡାଉନ ପାଇଁ ବର୍ତ୍ତମାନ ‘ଆର୍ଯ୍ୟା’ର ପୋଷ୍ଟ ପ୍ରଡକ୍ସନ କାମ ଅଟକି ରହିଛି । ସୁଟିଂ ତ ଲକଡାଉନ ପୂର୍ବରୁ ଶେଷ ହୋଇସାରିଥିଲା । ଆଉ କେବଳ ପୋଷ୍ଟ ପ୍ରଡଡକ୍ସନ କାମ ହୋଇଥିଲେ ଏବେ ଏହାର ଷ୍ଟ୍ରିମିଂ କରିଥାଆନ୍ତେ ମେକର୍ସ ।

ଶୁଣିବାକୁ ମିଳୁଛି ଯେ ଏହି ସିରିଜର ପ୍ରିମିୟର ପାଇଁ ଆଉ 1 ମାସ ବିଳମ୍ବ ହେବ । ପ୍ରକାଶ ଥାଉକି ସୁସ୍ମିତା ଶେଷଥର 2010ରେ ଆସିଥିବା ଫିଲ୍ମ ‘ନୋ ପ୍ରୋବ୍ଲମ’ରେ ନଜର ଆସିଥିଲେ। ଆଉ ଏହାର ଠିକ୍ 5 ବର୍ଷ ପରେ ସେ ଏକ ବଙ୍ଗୀୟ ଫିଲ୍ମ ‘ନିର୍ବାକ’ରେ ଅଭିନୟ କରିଥିଲେ ।

ଗତ ବର୍ଷ ଆରମ୍ଭରେ ହଟଷ୍ଟାରର ଏହି ୱେବ ସିରିଜ ପାଇଁ ସୁସ୍ମିତାଙ୍କ ନାମ ଘୋଷଣା କରାଯାଇଥିଲା, ସେହି ସମୟରେ ତାଙ୍କ ଫ୍ୟାନ୍ସ ତାଙ୍କୁ ପୁଣି ପରଦାରେ ଦେଖିବାକୁ ଖୁବ୍ ଉତ୍ସାହିତ ହୋଇଯାଇଥିଲେ । ଲକଡାଉନ୍ କାରଣରୁ ଇଣ୍ଡଷ୍ଟ୍ରିର କାମ ବନ୍ଦ ହେବା ପରେ ଏହି ସିରିଜ ମଧ୍ୟ ବିଳମ୍ବରେ ଷ୍ଟ୍ରିମିଂ ହେବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.