ETV Bharat / sitara

ମହେଶଙ୍କୁ ସମର୍ଥନ କରି ସାମ୍ନାକୁ ଆସିଲେ ପତ୍ନୀ-ଝିଅ

author img

By

Published : Aug 24, 2020, 1:18 PM IST

ସୋସିଆଲ ମିଡିଆରେ ହଟହଟା ହେଉଛନ୍ତି ମହେଶ । ରିଆ ଓ ତାଙ୍କ କିଛି ହ୍ବାଟ୍ସଅପ ମେସେଜକୁ ନେଇ ଚାଲିଛି ସାମଲୋଚନା ।

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଫେମସ ନିର୍ମାତା ମହେଶ ଭଟ୍ଟ କିଛି ଦିନରୁ ସମାଲୋଚନାର ଶିକାର ହେଉଆସୁଛନ୍ତି । ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସୋସିଆଲ ମିଡିଆରେ ତାଙ୍କ କଥିତ ଗାର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତ୍ତୀ ଓ ମେହଶଙ୍କ ସମ୍ପର୍କକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି । ବାରମ୍ବାର ମହେଶଙ୍କୁ ଟ୍ରୋଲ କରାଯାଉଥିବାରୁ ତାଙ୍କ ପତ୍ନୀ, ଅଭିନେତ୍ରୀ ସୋନି ରାଜଦାନ ଓ ଝିଅ, ନିର୍ମାତା ପୂଜା ଭଟ୍ଟ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ । ପୂଜା ଓ ସୋନିଙ୍କ ଅନୁଯାୟୀ ମହେଶଙ୍କ ଦ୍ବାରା ରିଆଙ୍କୁ ଫରୱାର୍ଡ କରାଯାଇଥିବା ମେସେଜ ସେମାନଙ୍କୁ ମଧ୍ୟ ପଠାଯାଇଥିଲା । ସେହିପରି ମହେଶଙ୍କ ସମ୍ପର୍କରେ ଥିବା ଅନ୍ୟ ଲୋକଙ୍କୁ ମଧ୍ୟ ଏହି ମେସେଜ ପଠାଯାଇଥିଲା ।

ପୂଜା ଟ୍ବିଟ କରି ଲେଖିଛନ୍ତି, ‘ମୁଖ୍ୟ କଥା ହେଲା ଯେ ଏହି ମେସେଜକୁ ବଡ ବିସ୍ଫୋରଣ କୁହାଯାଉଛି, ମୋ ପିତା ମତେ ପଠାଇବା ସହ ଆଉ କିଛି ଲୋକଙ୍କୁ ମଧ୍ୟ ପଠାଇଥିଲେ । ମେସେଜ ଜୁନ 9ରେ ସମସ୍ତଙ୍କୁ ପଠାଯାଇଥିଲା । ଏହାସହ ଜୁନ 26 ତାରିଖରେ ଟ୍ବିଟରରେ ମଧ୍ୟ ପୋଷ୍ଟ କରାଯାଇଥିଲା । ନିଜ ସୂଚନାକୁ ଠିକ୍ କରନ୍ତୁ । ପୂଜାଙ୍କ ବ୍ୟତୀତ ସୋନି ମଧ୍ୟ ଅବିକଳ ଏହି କଥା ନିଜ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି ।

ପ୍ରକାଶ ଥାଉକି ମହେଶଙ୍କ ଦ୍ବାରା ରିଆଙ୍କ ପଠାଯାଇଥିବା ମେସେଜରେ ଲେଖାଯାଇଥିଲା, ‘କେବେ କେବେ ବାସ୍ତବରେ ସେହି ଜିନିଷକୁ ସେମିତି ଦେଖିବା କଥା ଯେମିତି ତାହା ଥିବ । ଆପଣଙ୍କୁ କିଛି ପାଦ ପଛକୁ ନେବାକୁ ପଡିବ । ଆହୁରି ପଛକୁ ।’ ଏହି ମେସେଜର ଜବାବରେ ରିଆ ଲେଖିଥିଲେ, ‘ସତରେ । ଏବେ ବି ମୁଁ ମୋ ଦୃଷ୍ଟିକୋଣ ଫେରାଇବାକୁ ଚାହୁଁଛି । ଗୁଡ ମର୍ଣ୍ଣିଂ ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.