ETV Bharat / sitara

ଭାଇକୁ ନିର୍ବାଚନ ଶୁଭେଚ୍ଛା ଜଣାଇ ଟ୍ରୋଲ ହେଲେ ସୋନାକ୍ଷୀ

author img

By

Published : Oct 17, 2020, 7:53 PM IST

ପୁଣି ସୋସିଆଲ ମିଡିଆରେ ହଟହଟା ସୋନାକ୍ଷୀ । ପରିବାରବାଦକୁ ନେଇ ତାଙ୍କ ଉପରେ ରାଗିଲେ ୟୁଜର୍ସ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ବଡ ଭାଇ ଲଭ ସିହ୍ନା ନିକଟରେ ବିହାର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାହାପାଇଁ ତାଙ୍କୁ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇଥିଲେ ଭଉଣୀ । ହେଲେ ପୁଣିଥରେ ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ସେ । ସ୍ବର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସୋନାକ୍ଷୀଙ୍କ ଉପରେ ପରିବାରବାଦ ଅଭିଯୋଗ ଲଗାଇ ତାଙ୍କୁ ବାରମ୍ବାର ଟ୍ରୋଲର କରାଯାଉଛି। ଏଥର ମଧ୍ୟ ଏମିତି ଘଟିଛି ।

ଭାଇଙ୍କ ଫଟୋ ସେୟାର କରି ସେ ଲେଖିଥିଲେ, ‘ମୋ ବଡ ଭାଇ ଲଭ ସିହ୍ନାଙ୍କ ଉପରେ ମୁଁ ଗର୍ବ ଅନୁଭବ କରୁଛି ଯେ ସେ ବିହାର ନିର୍ବାଚନ ପାଇ ନାମାଙ୍କନ ପତ୍ର ଭରିଛନ୍ତି । ବାସ୍ତବରେ ଯୁବପିଢି ଓ ଭଲ ଲୋକ ଦେଶ ପାଇଁ ଠିଆ ହେବାର ଆବଶ୍ୟକ ଅଛି। ତାଙ୍କ ଏହି ଯାତ୍ରା ପାଇଁ ମୁଁ ବହୁତ ଖୁସି । ଅଲ ଦ ବେଷ୍ଟ ଭାଇ।’

ସେପଟେ ସୋସିଆଲ ମିଡିଆରେ ଏହି ଫଟୋ ସାମ୍ନାକୁ ଆସିବା ମାତ୍ରେ ଟ୍ରୋଲର୍ସଙ୍କୁ ପୁଣି ସୁଯୋଗ ମିଳିଛି ସୋନାକ୍ଷୀଙ୍କୁ ଟାର୍ଗେଟ କରିବା ପାଇଁ । ଏବେ ପୁଣି ତାଙ୍କ ଉପରେ ପରିବାରବାଦ ଅଭିଯୋଗ ଲଗାଇଛନ୍ତି ଟ୍ରୋଲର୍ସ ।

ପ୍ରକାଶ ଥାଉକି ସୋନାକ୍ଷୀ ଓ ଲଭଙ୍କ ପିତା ତଥା ଅଭିନେତ୍ରୀ ଶତ୍ରୁଘ୍ନ ସିହ୍ନା ଦୀର୍ଘ ସମୟରୁ ରାଜନୀତିରେ ସକ୍ରିୟ ଅଛନ୍ତି । ଖାଲି ଏତିକି ନୁହେଁ ତାଙ୍କ ମା' ମଧ୍ୟ ନିର୍ବାଚନ ଲଢିସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.