ମୁମ୍ବାଇ: ସବୁବେଳେ କିଛି ନା କିଛି କାରଣ ପାଇଁ ଟ୍ରୋଲର୍ସଙ୍କ ଶିକାର ହେଉଥିବା ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ପୁଣି ଚର୍ଚ୍ଚାରେ । ଏଥର ଦେଖିବାକୁ ମିଳିଛି ତାଙ୍କ ଲେଜି ସଣ୍ଡେ ମୁଡ । ଆଉ ପୁରା ସଣ୍ଡେ ସେ କାଉଚରେ ବିତାଇବାକୁ ପସନ୍ଦ କରିଛନ୍ତି । ଏକଥା ଆମେ କହୁନାହୁଁ ଏହା ତାଙ୍କ ନୂଆ ସୋସିଆଲ ମିଡିଆ ପୋଷ୍ଟରେ ଦେଖିବାକୁ ମିଳିଛି ।
ସେ ଇନଷ୍ଟାଗ୍ରାମରେ ରବିବାର ନିଜର ଏକ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ‘ସଣ୍ଡେ ମୁଁ ପୁରା କାଉଚରେ ଶୋଇ ରହିବାକୁ ଚାହୁଁଛି । ଲେଜିସଣ୍ଡେ ।’ ପୋଷ୍ଟରେ ସେ ଡେନିମ୍ ଆଉଟଫିଟ୍ ପିନ୍ଧି କାଉଚରେ ଶୋଇଥିବାର ନଜର ଆସୁଛନ୍ତି ।
ପ୍ରକାଶ ଥାଉକି ଗତ ସପ୍ତାହରେ ସୋନାକ୍ଷୀ ମାଳଦ୍ବୀପ ଭେକେସନରେ ଯାଇଥିଲେ । ଯାହାର ଅନେକ ଫଟୋ, ଭିଡିଓ ପୋଷ୍ଟ କରି ମଜାମସ୍ତି କରୁଥିବାର ନଜର ଆସିଥିଲେ । ଏହାବ୍ୟତୀତ ସେ ବି-ଟାଉନର ସିଂଘମ ଅଜୟ ଦେବଗନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଭୂଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ରେ ଦେଖାଯିବେ । ନିକଟରେ ତାଙ୍କ ଫାଷ୍ଟଲୁକ ପୋଷ୍ଟର ଜାରି କରାଯାଇଥିଲା । ଫିଲ୍ମଟି 1971ର ଇଣ୍ଡୋ-ପାକ୍ ୱାରକୁ ନେଇ ଆଧାରିତ ।
@IANS