ETV Bharat / sitara

ପୁଣି ଟ୍ରୋଲର୍ସଙ୍କ ଟାର୍ଗେଟରେ ସୋନାକ୍ଷୀ, ଅଜୟଙ୍କୁ ଫ୍ୟାନ୍ସଙ୍କ ଖାସ୍ ଅପିଲ

author img

By

Published : Jul 18, 2020, 5:18 PM IST

ସୋସିଆଲ ମିଡିଆରେ ପୁଣି ଦବଙ୍ଗ ଗାର୍ଲ ସୋନାକ୍ଷୀଙ୍କୁ ହେବାକୁ ପଡିଲା ହଟହଟା । ଏଥର ନିଜ ଆଗାମୀ ଫିଲ୍ମ ‘ଭୁଜ’କୁ ନେଇ ସେ ୟୁଜର୍ସଙ୍କ କଡା ଅପମାନର ଶିକାର ହୋଇଛନ୍ତି।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ସିଂଘମ ଅଜୟ ଦେବଗନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ’ ଦେଖିବାକୁ ଦୀର୍ଘ ସମୟରୁ ଅପେକ୍ଷା କରିଛନ୍ତି ଦର୍ଶକ । ସତ ଘଟଣା ଉପରେ ଆଧାରିତ ଏହି ଫିଲ୍ମରୁ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଫାଷ୍ଟଲୁକ ପୋଷ୍ଟର ଶୁକ୍ରବାର ଜାରି କରାଯାଇଥିଲା । ସୋନାକ୍ଷୀ ଫିଲ୍ମରେ ସୁନ୍ଦରବେନ ଜେଠା ମଧାରପର୍ଯ୍ୟାଙ୍କ ରୋଲରେ ନଜର ଆସିବେ। ସେହିପରି ଜାରି ହୋଇଥିବା ପୋଷ୍ଟରେ ସୋନାକ୍ଷୀଙ୍କ ଗୁଜରାଟି ଲୁକ ଦେଖିବାକୁ ମିଳିଛି। ହେଲେ ସବୁବେଳେ ତାଙ୍କୁ ଟ୍ରୋଲ କରୁଥିବା ଟ୍ରୋଲର୍ସ ଏଥର ମଧ୍ୟ ଟାର୍ଗେଟ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା।

ଅନ୍ୟପଟେ ଅଜୟ ଦେବଗନ ଦ୍ବାରା ସେୟାର କରାଯାଇଥିବା ଏହି ପୋଷ୍ଟରକୁ ରିଟ୍ବିଟ କରି ଜଣେ ୟୁଜର ଲେଖିଛନ୍ତି, ‘ସାର୍ ଆମେ ଆପଣଙ୍କୁ ହୃଦୟରୁ ସମ୍ମାନ ଦେଉଛୁ । ହେଲେ ସୋନାକ୍ଷୀଙ୍କୁ ନୁହେଁ। ସେ ସେନ୍ସଲେସ । 0 ପ୍ରତିଶତ ଅଭିନୟ ଶୈଳୀ । ଆମେ ତାଙ୍କୁ ଘୃଣା କରୁ। ପ୍ଲିଜ ତାଙ୍କୁ ଏହି ଫିଲ୍ମରୁ ବାହାର କରିଦିଅନ୍ତୁ । ଆମେ ଆପଣଙ୍କୁ ଭଲ ପାଉଛୁ ସାର୍।’

ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ‘ବନ୍ଧୁ ସୁଶାନ୍ତ ସିଂ ରାଜପୁତଙ୍କ ସମୟରେ ନେଗେଟିଭିଟି ହୋଇଛି ବୋଲି ସୋନାକ୍ଷୀ ଟ୍ବିଟର ଡିଆକ୍ଟିଭେଟ କରିଥିଲେ। ଏବେ ସମୟ ଆସିଯାଇଛି ତାଙ୍କ ଫିଲ୍ମକୁ ଫ୍ଲପ କରିବା ପାଇଁ।

ପ୍ରକାଶ ଥାଉକି ସୁଶାନ୍ତଙ୍କ ମୃତ୍ୟୁ ପରଠୁ କ୍ରୋଧିତ ଥିବା ଫ୍ୟାନ୍ସ ସୋନାକ୍ଷୀ ସହ ଅନେକ କଳାକାରଙ୍କ ଉପରେ ପରିବାରବାଦ ଅଭିଯୋଗ ଆଣିଛନ୍ତି। ଏହାକୁ ଆଧାର କରି ଟ୍ରୋଲର୍ସ ତାଙ୍କୁ ଅପମାନଜନକ କମେଣ୍ଟ କରିବାରେ ଲାଗିଛନ୍ତି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.