ETV Bharat / sitara

ମାଳଦ୍ବୀପରେ ସୂର୍ଯ୍ୟାସ୍ତର ମଜା ନେଉଛନ୍ତି ସୋନାକ୍ଷୀ, ଭାଇରାଲ ଫଟୋ

author img

By

Published : Nov 26, 2020, 11:04 AM IST

ଭାଇରାଲ ହେଲା ସୋନାକ୍ଷୀଙ୍କ ନୂଆ ପୋଷ୍ଟ । ମାଳଦ୍ବୀପରେ କରୁଛନ୍ତି ଏନଜୟ । ସୂର୍ଯ୍ୟାସ୍ତ ଫଟୋ ସେୟାର କରି ଏମିତି ଲେଖିଲେ କ୍ୟାପସନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ବଲିଉଡକୁ ନେଇ ଉଠିଥିବା ପରିବାରବାଦ ପ୍ରସଙ୍ଗକୁ ଆଧାର କରି ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଟ୍ବିଟରରୁ ବିଦାୟ ନେଇଥିଲେ । ହେଲେ ତଥାପି ସେ ଟ୍ରୋଲର୍ସଙ୍କ ଟାର୍ଗେଟରେ ସବୁବେଳେ ଆସୁଛନ୍ତି । କିନ୍ତୁ ଏସବୁ ଜିନିଷକୁ ବେଖାତିରି କରି ସୋନାକ୍ଷୀ ଏବେ ସୋସିଆଲ ମିଡିଆରେ ନିଜ ବୋଲ୍ଡ ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ବର୍ତ୍ତମାନ ସେ ମାଳଦ୍ବୀପରେ ସମୟ ବିତାଉଛନ୍ତି । ଆଉ ବୁଧବାର ଫ୍ୟାନ୍ସଙ୍କ ପାଇଁ ସୂର୍ଯ୍ୟାସ୍ତର ଏକ ସୁନ୍ଦର ଫଟୋ ପୋଷ୍ଟ କରିଥିଲେ । ନିଓନ୍ ଗ୍ରୀନ ଡ୍ରେସ ପିନ୍ଧିଥିବାର ଫଟୋରେ ନଜର ଆସୁଛନ୍ତି ସେ ।

ଇନଷ୍ଟାଗ୍ରାମରେ ଏହାକୁ ପୋଷ୍ଟ କରି ସେ ଲେଖିଥିଲେ, ‘ଆପଣ କଣ ବିଶ୍ବାସ କରିବେ ଯଦି ମୁଁ କହିବି ଏହି ଫଟୋରେ କୌଣସି ଫ୍ଲିଟର ବ୍ୟବହାର ହୋଇନାହିଁ । କ୍ରୁଜ୍ ରିସୋର୍ଟରେ ସୂର୍ଯ୍ୟାସ୍ତ ।’

ପ୍ରକାଶ ଥାଉକି ଶେଷଥର ସେ ସୁପରଷ୍ଟାର ସଲମାନ ଖାନଙ୍କ ‘ଦବଙ୍ଗ 3’ରେ ନଜର ଆସିଥିଲେ । ଗତ ବର୍ଷ ଡିସେମ୍ବରରେ ରିଲିଜ ହୋଇଥିଲା ଏହି ଫିଲ୍ମ । ଆଉ ଖୁବଶୀଘ୍ର ସେ ସଞ୍ଜୟ ଦତ୍ତ ଓ ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମରେ ଦେଖାଯିବେ । ଏହି ଫିଲ୍ମକୁ ନେଇ ଏଯାବତ ଅଧିକ ଘୋଷଣା ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.