ETV Bharat / sitara

ମିଷ୍ଟର ରାଇଟ ଅପେକ୍ଷାରେ ଦବଙ୍ଗ ଗାର୍ଲ - love

ଏଯାବତ ବଲିଉଡରେ ସିଙ୍ଗଲ ଥିବା ସୋନାକ୍ଷୀ ରିଲେସନଶିପକୁ ନେଇ ବଡ ଖୁଲାସା କରିଛନ୍ତି । ସେ ମଧ୍ୟ ସାଧାରଣ ଝିଅଙ୍କ ପରି ରୋମାନ୍ସ ଏବଂ ରିଲେସନସିପର ସ୍ବପ୍ନ ଦେଖୁଛନ୍ତି ବୋଲି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
author img

By

Published : Jul 31, 2019, 2:34 PM IST

ମୁମ୍ବାଇ: ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କ ଡେଟିଂ ଖବର ଅନେକ ଥର ଚର୍ଚ୍ଚାରେ ରହିସାରିଛି । ସୋନାକ୍ଷୀଙ୍କ ଫିଲ୍ମ କ୍ୟାରିୟରରେ ତାଙ୍କ ନାମ ଅନେକ ଆକ୍ଟର୍ସଙ୍କ ସହ ସମ୍ପୃକ୍ତ ହୋଇସାରିଛି । କିନ୍ତୁ ଏଥର ସେ ନିଜ ରିଲେସନସିପ ଷ୍ଟେଟସ ବିଷୟରେ ଖୁଲମଖୁଲା କଥା ହୋଇଛନ୍ତି । ବର୍ତ୍ତମାନ ସେ କୌଣସି ରିଲେସନଶିପରେ ନାହାଁନ୍ତି ଆଉ ନିଜ ଜୀବନରେ ପାର୍ଟନରର ଖାଲି ସ୍ଥାନ ଅନୁଭବ କରୁଛନ୍ତି ବୋଲି କହିଛନ୍ତି ସୋନାକ୍ଷୀ ।

ବଲିଉଡ ଇଣ୍ଡଷ୍ଟ୍ରିରେ ସୋନାକ୍ଷୀଙ୍କ ଅନେକ ବନ୍ଧୁଙ୍କୁ ତାଙ୍କ ଜୀବନସାଥୀ ମିଳିସାରିଲାଣି କିନ୍ତୁ ସୋନାକ୍ଷୀ ଏବେ ମଧ୍ୟ ମିଷ୍ଟର ରାଇଟର ଅପେକ୍ଷାରେ ଅଛି । ସୋନାକ୍ଷୀ ବନ୍ଧୁମାନଙ୍କୁ ଦେଖି ଏବେ ନିଜ ଜୀବନରେ ଥିବା ପାର୍ଟନରର ଖାଲି ସ୍ଥାନ ଅନୁଭବ କରୁଛନ୍ତି । ତାଙ୍କ ଅନୁୟାୟୀ ସେ ପ୍ରେମ ଖୋଜୁନାହାଁନ୍ତି କିନ୍ତୁ ସେ ଚାହୁଁଛନ୍ତି ପ୍ରେମ ତାଙ୍କୁ ଖୋଜୁ ବୋଲି ।

ଖାଲି ଏତିକି ନୁହେଁ ସେ ଆହୁରି କହିଛନ୍ତି କି ତାଙ୍କର ଅନେକ ବନ୍ଧୁଙ୍କୁ ପାର୍ଟନର ମିଳିସାରିଲେଣି ଏବଂ ତାଙ୍କ ସମସ୍ତଙ୍କ ପାଇଁ ସେ ବହୁତ ଖୁସି ଅଛନ୍ତି । ଏହାସହ ସେ ଅନୁଭବ କରିସାରିଲେଣି କି ସେ ଜୀବନରେ ଯେଉଁ ଜିନିଷର ପିଛା କରୁଛନ୍ତି ତାହା ହାତରୁ ଖସିଯାଉଛି । ସେ ଜଣେ ସାଧାରଣ ଝିଅ ପରିକା ଯିଏ ଜୀବନରେ ରୋମାନ୍ସ ଏବଂ ରିଲେସନଶିପର ସ୍ବପ୍ନ ଦେଖନ୍ତି । ରିଲେସନଶିପରେ ରହିବାକୁ ସେ ଭଲ ପାଆନ୍ତି ଆଉ ସେ ପୁରା ଜୀବନ ଗୋଟିଏ ରିଲେସନଶିପରେ ମଧ୍ୟ ରହିପାରିବେ ।

ଏବେ ସେ ଜୀବନରେ ରିଲେସନଶିପର ଖାଲି ସ୍ଥାନ ଅନୁଭବ କରୁଛନ୍ତି । କିନ୍ତୁ ଏହି ସମୟରେ ସେ ପ୍ରେମ ଖୋଜୁନାହାଁନ୍ତି । ପ୍ରେମ ତାଙ୍କ ପାଖକୁ ଚାଲିକି ଆସିବାକୁ ପଡିବ ବୋଲି କହିଛନ୍ତି ସୋନାକ୍ଷୀ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.