ETV Bharat / sitara

ଚାଷୀ ଆନ୍ଦୋଳନର ସମର୍ଥନରେ ସୋନାକ୍ଷୀ, ଲେଖିଲେ କବିତା

author img

By

Published : Feb 11, 2021, 9:02 AM IST

ଭାଇରାଲ ହେଲା ସୋନାକ୍ଷୀଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଏଥର ଚାଷୀ ଆନ୍ଦୋଳନ ପାଇଁ ସେୟାର କଲେ କବିତା । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାକ୍ଷୀ ସିହ୍ନା

ମୁମ୍ବାଇ: ଗତ ବର୍ଷ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବି-ଟାଉର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନାଙ୍କୁ ବାରମ୍ବାର ଟ୍ରୋଲ କରାଯାଇଥିଲା । ଷ୍ଟାର କିଡ ହେବାକୁ ତାଙ୍କୁ ଅନେକଥର ସମାଲୋଚନାର ଶିକାର ହେବାକୁ ପଡିଥିଲା । ଯେଉଁଥିରେ ବିରକ୍ତ ହୋଇ ସେ ସୋସିଆଲ ମିଡିଆରୁ ବ୍ରେକ ନେଇଥିଲେ । ହେଲେ ଏବେ ସେ ସୋସିଆଲ ମିଡିଆକୁ କମବ୍ୟାକ କରିଛନ୍ତି । ଏଥର ସେ ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନର ସମର୍ଥନ କରୁଥିବାର ଦେଖାଯାଉଛନ୍ତି । ଆଉ ଚାଷୀ ଭାଇଙ୍କ ପାଇଁ ଲେଖିଛନ୍ତି ସୁନ୍ଦର କବିତା ।

ସେ ଇନଷ୍ଟାଗ୍ରାମରେ ଚାଷୀ ଆନ୍ଦୋଳନର ଏକ ଭିଡିଓ ସେୟାର କରି ଲେଖିଛନ୍ତି, ‘ନଜର ମିଲାକେ ଖୁଦ୍ ସେ ପୁଛ୍ । କ୍ୟୁ ।’ ସେହିପରି ଭିଡିଓରେ ସୋନାକ୍ଷୀ ନିଜ ସ୍ବରରେ ଏକ କବିତା ମଧ୍ୟ କହୁଛନ୍ତି । ଯାହାଦ୍ବାରା ସେ ଚାଷୀଙ୍କ ପାଇଁ ନିଜ ମନର ଚିନ୍ତାକୁ ପ୍ରକାଶ କରିଛନ୍ତି । ଦେଖନ୍ତୁ ଭିଡିଓ...

ସୋନାକ୍ଷୀଙ୍କ ପୂର୍ବରୁ ଅନେକ ବଲିଉଡ ସେଲିବ୍ରିଟିଙ୍କ ଠୁ ନେଇ ହଲିଉଡ ସେଲିବ୍ରିଟି ଚାଷୀ ଆନ୍ଦୋଳନର ସମର୍ଥନ କରିସାରିଛନ୍ତି । ହେଲେ ବି-ଟାଉନର କୁଇନ କଙ୍ଗନା ରଣାୱତ ଏହାର ବିରୋଧ କରିବା ସହ ସମର୍ଥନ କରୁଥିବା ସେଲିବ୍ରିଟିଙ୍କ ସମାଲୋଚନା କରିବାରେ ଲାଗିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.